Odisha Link
Bridging the Missing Links in Odisha

ଟ୍ରକ୍‌ ଡ୍ରାଇଭରଙ୍କୁ ହେଲମେଟ୍‌ ଫାଇନ୍

ଗଞ୍ଜାମ: ଟ୍ରକ୍‌ ଡ୍ରାଇଭରଙ୍କୁ ହେଲମେଟ୍‌ ପାଇଁ‌ ଫାଇନ୍। ଏଭଳି ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମ୍ନାକୁ ଆସିଛି। କରୋନା ମହାମାରୀ କାରଣରୁ ନୂଆ ଟ୍ରାଫିକ୍‌ ନିୟମକୁ କେହାଳ କରାଯାଇଥିବା ବେଳେ ଏବେ କ୍‌ଡାଉନ୍‌ ହଟିବା ପରେ ପୁଣି ଗାଡ଼ି ଚେକିଂକୁ କଡ଼ା କଡ଼ି କରାଯାଇଛି। ମାତ୍ର ହେଲମେଟ୍‌ ପାଇଁ ଟ୍ରକ୍‌ ଡ୍ରାଇଭରଙ୍କୁ ୧୦୦୦ ଟଙ୍କାର ଚାଲାଣ ଆଶ୍ଚର୍ଯ୍ୟ କରିଛି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ।

ସୂଚନା ମୁତାବକ, ଜଣେ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ହେଲମେଟ୍‌ ପାଇଁ ୧୦୦୦ ଟଙ୍କାର ଚାଲାଣ କଟାଯାଇଛି। ୨୪ ଡିସେମ୍ବର ୨୦୨୦ରେ ଏହି ଚାଲାଣ କଟାଯାଇଥିଲା। ମାତ୍ର ଏନେଇ ଟ୍ରକ୍‌ ‌ଡ୍ରାଇଭର ଜଣଙ୍କ ଅଜ୍ଞ ଥିଲେ।

କିଛି ଦିନ ପୂର୍ବରୁ ଟ୍ରକ୍‌ର ପରମିଟ୍‌ ଆଣିବା ପାଇଁ ଆର୍‌ଟିଓ ଅଫିସ୍‌କୁ ଯାଇଥିଲେ। ସେଠାରେ ତାଙ୍କ ବିରୋଧରେ ଏଭଳି ଚାଲାଣ କଟାଯାଇଥିବା ସେ ଜାଣିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଥିଲେ। ଏନେଇ ଟ୍ରକ୍‌ ଡ୍ରାଇଭର ପ୍ରମୋଦ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି। ଟ୍ରକ୍‌ ଡ୍ରାଇଭରଙ୍କୁ କାହିଁକି ହେଲ୍‌ମେଟ୍‌ ପାଇଁ ୧୦୦୦ ଟଙ୍କାର ଚାଲାଣ କଟାଗଲା ? କେଉଁ ପରିସ୍ଥିତିରେ ଏହି ଚାଲାଣ କଟଗଲା ସେନେଇ ଏବେ ପ୍ରଶ୍ନ ଉଠିଛି।

Comments are closed.