Odisha Link
Bridging the Missing Links in Odisha

ବଢ଼ିଲା ସୁନା ଦର, କେତେ ଜାଣନ୍ତୁ…

ନୂଆଦିଲ୍ଲୀ: ବଢ଼ିଲା ସୁନା ଦର। ଅନ୍ତର୍ଜାତୀୟ ସ୍ତରରେ ସୁନା ଦାମ୍ ବୃଦ୍ଧି ଯୋଗୁଁ ଘରୋଇ ମାର୍କେଟ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏମସିଏକ୍ସରେ ସୁନା ଦର ଦ୍ୱିପ୍ରହର ସାଢେ ୧୨ଟା ସୁଦ୍ଧା ପ୍ରାୟ .୮୮ ପ୍ରତିଶତ ଅର୍ଥାତ୍ ୪୦୦ ଟଙ୍କା ବୃଦ୍ଧି ସହିତ ୪୫୨୩୬ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି। ଏହା ସହ ରୁପା ଦର ମଧ୍ୟ ବୃଦ୍ଧି ପାଇଛି। ରୂପା ଦର ୧.୭୩ ପ୍ରତିଶତ ବୃଦ୍ଧି ସହିତ କିଲୋ ପ୍ରତି ୬୮୩୯୧ ଟଙ୍କାରେ ପହଞ୍ଚିଛି।

ରୟଟର୍ସର ଏକ ରିପୋର୍ଟ ଅନୁସାରେ ସଫ୍ଟ ଗୋଲ୍ଡର ଦାମ୍ ୦.୫ ପ୍ରତିଶତ ବୃଦ୍ଧି ପାଇଁ ପ୍ରତି ଆଉନ୍ସ ୧୭୫୨.୪୧ ଡଲାର ହୋଇଯାଇଛି ଯଦିଓ ୟୁଏସ୍ ଗୋଲ୍ଡ ଫ୍ୟୁଚର ୧.୩ ପ୍ରତିଶତ ବୃଦ୍ଧି ପାଇ ୧୭୪୮.୮୦ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି। ଡଲାର ଇଣ୍ଡେକ୍ସ ୦.୫ ପ୍ରତିଶତ ହ୍ରାସ ପାଇ ୯୧.୪୦୫ କୁ ଆସିଯାଇଛି। ଏଥିସହ ୧୦ ବର୍ଷର ବେଞ୍ଚମାର୍କ ଟ୍ରେଜେରୀ ନୋଟରେ ୟିଲ୍ଡ ୧.୬୮୯ ପ୍ରତିଶତରୁ ହ୍ରାସ ପାଇ ୧.୪୧ ପ୍ରତିଶତକୁ ଆସିଯାଇଛି।

Comments are closed.