Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ଡ୍ରୋନ୍ ଉଡ଼ାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲା NSG ଟିମ୍

ପୁରୀ: ଶ୍ରୀମନ୍ଦିରରେ ଉପରେ ଡ୍ରୋନ୍ ଉଡ଼ାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲା NSG ଟିମ୍ । NSGର ୩ ଜଣିଆ ଟିମ୍‌ ପକ୍ଷରୁ ସୁରକ୍ଷା ଯାଞ୍ଚ କରିଛନ୍ତି। ଶ୍ରୀମନ୍ଦିରର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ନେଇ ପ୍ରଶାସନ ସହ NSG ଟିମ୍ ଆଲୋଚନା କରିଛି ।

ପ୍ରକାଶ ଯେ, ଗୁରୁବାର ଭୋର ସମୟରୁ NSGର ୩ ଜଣିଆ ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ । ଏହାସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସ୍ବତନ୍ତ୍ର ନକ୍ସାକୁ ତଦାରଖ କରିଛନ୍ତି । ବୁଧବାର ମଧ୍ୟ NSGର ୩ ଜଣିଆ ଟିମ୍‌ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା ।ଏନଏସଜିର ୩ ଜଣିଆ ଟିମ୍ ପୁରୀ ଏସପି ଓ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲିବା ସହ ସୁରକ୍ଷା ବ୍ୟବସ୍ଥା କିଭଳି କଡାକଡି କରାଯାଇପାରିବ ସେନେଇ ଆଲୋଚନା କରିଥିଲେ। ନୂଆ କରି ନିର୍ମାଣ ହୋଇଥିବା ଶ୍ରୀମନ୍ଦିରର ବ୍ୟାରିକେଡ୍, ସାମିଆନା ଓ ସିଂହଦ୍ବାରରେ ଥିବା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଓ ବର୍ତ୍ତମାନ ଚାଲିଥିବା ସୁରକ୍ଷା କଟକଣା ସମ୍ପର୍କରେ ବୁଲି ଦେଖିଥିଲେ ।

Comments are closed.