Odisha Link
Bridging the Missing Links in Odisha

ଏପ୍ରିଲ ୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ବର: ଏପ୍ରିଲ ୩ ତାରିଖରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ। ଉତ୍କଳବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ ‌ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏସମ୍ପର୍କରେ ଉପ-ରାଷ୍ଟ୍ରvice-president-m-venkaiah-naiduପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଶ୍ବବିଦ୍ୟାଳୟକୁ ଅବଗତ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତବର୍ଷ ବି ବିଶ୍ବବିଦ୍ୟାଳୟର ସମାବର୍ତନ ଉତ୍ସବ ହୋଇପାରି ନାହିଁ। ତେଣୁ ଲଗାତାର ଭାବେ ଦୁଇଟି ବ୍ୟାଚ୍‌ର ସମାବର୍ତନ ଉତ୍ସବ କରିବାକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି। ଏପ୍ରିଲ ପହିଲାରେ ୨୦୧୯-୨୦ ବ୍ୟାଚ୍‌ର ଉତ୍ସବ ହେବାକୁ ଥିବା ବେଳେ ଏପ୍ରିଲ ୩ରେ ୨୦୨୦-୨୧ ବ୍ୟାଚ୍‌ର ଉତ୍ସବ ଅନୁଷ୍ଠିତ ହେବ।

ଉତ୍ସବରେ ପ୍ରାୟ ୨୦୦ ଜଣଙ୍କୁ ଗୋଲ୍‌ଡ ମେଡାଲ ସହ ଡିଗ୍ରି ପ୍ରଦାନ କରାଯିବ। କେଉଁମାନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯିବ ସେନେଇ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ଖୁବ୍‌ଶୀଘ୍ର ସବ୍‌ କମିଟି ବୈଠକ ଡକାଯାଇ ଏହା ଉପରେ ଆଲୋଚନା ହେବ।

Comments are closed.