Odisha Link
Bridging the Missing Links in Odisha

ଅପରେସନ ସମୟରେ ଯୁବକ ମୃତ

କଟକ: ନର୍ସିଂହୋମରେ ଅପରେସନ ସମୟରେ ଯୁବକ ମୃତ। ଏହି ଘଟଣାଟି ଏକଡ଼ାଳସ୍ଥିତ ଶୁଶ୍ରୂଷା ନର୍ସିଂହୋମରେ ଘଟିଛି। ମୃତକ ଜଣଙ୍କ ହେଲେ ନିରାକର ରାଉତ।

କ୍ଷତିପୂରଣ ବାବଦ ୨୦ ଲକ୍ଷ ଟଙ୍କା ସହିତ ନର୍ସିଂହୋମକୁ ସିଲ୍ କରିବା ଦାବିରେ ମୃତହେଦ ରଖି ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବାଗଧରିଆ ଛକ ଠାରେ ଟାୟାର ଜାଳି କଟକ- ନରସିଂହପୁର ୬୫ ନମ୍ବର ରାଜପଥ ଅବରୋଧ କରିଥିବା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ସକାଳ ୬ଟା ଠାରୁ ରାସ୍ତା ଅବରୋଧ କରିବା ଦ୍ବାରା ଗାଡ଼ି ଚଳାଚଳ ସହିତ ଜୀବନଯାତ୍ରା ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି।

ପ୍ରକାଶ ଯେ, ଗତକାଲି ନିରାକର ମଳକଣ୍ଟକ ଅପରେସନ ପାଇଁ ଏକଡ଼ାଳସ୍ଥିତ ଶୁଶ୍ରୂଷା ନର୍ସିଂହୋମକୁ ଯାଇଥିଲା। ଅପରେସନ ବେଳେ ତାଙ୍କୁ ନିଶା ଇଂଜେକ୍‌ସନ ଦିଆଯାଇଥିଲା। ସେହି ସମୟରେ ତାଙ୍କର ରକ୍ତସ୍ରାବ ବନ୍ଦ ହୋଇନଥିବା ବେ‌ଳେ ତାର ମୃତ୍ୟୁ ହୋଇଥିଲା।

ମୃତ୍ୟୁ ହୋଇଥିବା ଜାଣି ତରବରିଆ ଭାବେ ତାଙ୍କୁ ତୁରନ୍ତ ଏକ ଗାଡ଼ିରେ ନର୍ସିଂହୋମ ପରିଚାକଳ ଅଜୟ କୁମାର ପଣ୍ତା କଟକ ନେଇ ଯାଇଥିଲେ। ଡାକ୍ତର ଦେଖିବା ପରେ ନିରାକରଙ୍କ ଅପରେସନ ସମୟରେ ମୃତ୍ୟୁ ହୋଇଛି ବୋଲି କହିଥିଲେ।

ଖବର ପାଇ କାନପୁର ଥାନା ଅଧିକାରୀ ସସ୍ମିତା ରଣା, ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ପରିବାରକୁ ବୁଝାଶୁଝା ଜାରି ରଖିଛନ୍ତି।

Comments are closed.