Odisha Link
Bridging the Missing Links in Odisha

ଗୃହରେ ଉଠିଲା ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀ ପ୍ରସଙ୍ଗ

ଭୁବନେଶ୍ୱର: ଆଜି ଗୃହରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଶୂନ୍ୟକାଳରେ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇଛନ୍ତି। ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀ ପ୍ରସଙ୍ଗ କହିଲେ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି ଯେ, ଆଇନ ବ୍ୟବସ୍ଥା ଶାସକ ଦଳ ପାଇଁ ଗୋଟିଏ ଓ ବିରୋଧୀ ଦଳ ପାଇଁ ଗୋଟିଏ।

ମାହାଙ୍ଗା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ଏତଲା ଥିଲେ ବି ଗିରଫ କରାଯାଉନି। ମନ୍ତ୍ରୀଙ୍କୁ ସରକାର ସୁରକ୍ଷା ଦେଉଛନ୍ତି । ସାଧାରଣ ଲୋକେ ଏଥିରେ ଭୟଭୀତ।

ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତକୁ ରାସ୍ତାରୁ ହଟାଇଦେଲେ। ତାହା ପ୍ରମାଣ ହେବା ଉଚିତ। ରାବଣ ଓ କଂସ ଭଳି ଶାସନର ବି ଦିନେ ଅବସାଦ ହୋଇଥିଲା । ଏକଥାକୁ ରାଜ୍ୟ ସରକାର ଭୁଲିଯିବା ଉଚିତ ନୁହେଁ ବୋଲି ପ୍ରଦୀପ୍ତ ନାଏକ କହିଛନ୍ତି ।

Comments are closed.