Odisha Link
Bridging the Missing Links in Odisha

ପୁରୀରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର: ପୁରୀ ଜିଲ୍ଲା ବଳଙ୍ଗାରୁ ନକଲି ଡାକ୍ତର ଗିରଫ। ସେ ନିଜକୁ ହୋମିଓପାଥି ଡାକ୍ତର କହି ଘରେ ପଶି ଲୁଟ୍ କରୁଥିଲେ। ଗିରଫ ନକଲି ଡାକ୍ତରଙ୍କ ନାଁ ସୂର୍ଯ୍ୟକାନ୍ତ ପଲେଇ।

ପ୍ରକାଶ ଯେ, ଦୀର୍ଘ ୩୩ ବର୍ଷ ଧରି ସୂର୍ଯ୍ୟକାନ୍ତ ଚୋରି କରି ଖସି ଯାଉଥିଲେ। ପୂର୍ବରୁ ମଧ୍ୟ ସେ ଭଦ୍ରକ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତେବେ ବଳଙ୍ଗାରେ ଲୋକଙ୍କୁ ହୋମିଓପାଥି ମେଡିସିନ୍ ଦେଇ ଆଉ ଏକ ପରିଚୟ ସୃଷ୍ଟି କରିଥିଲେ।

ଏହାପରେ ଚିକିତ୍ସା କରିବା ବାହାନାରେ ସେ ଲୋକଙ୍କ ଘରେ ପଶି ଲୁଟ୍‌ କରୁଥିବା ଅଭିଯୋଗ ହୋଇଛି। ହେଲେ ଶେଷରେ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି।

Comments are closed.