Odisha Link
Bridging the Missing Links in Odisha

ବୃଦ୍ଧି ହେଲା ବିମାନ ଟିକେଟର ଦାମ

ନୂଆଦିଲ୍ଲୀ: ତୈଳ ଓ ଗ୍ୟାସ ଦର ବୃଦ୍ଧି ପରେ ଦେଶରେ ଘରୋଇ ବିମାନର ଭଡ଼ାକୁ କେନ୍ଦ୍ର ସରକାର ୫% ବୃଦ୍ଧି କରିଛନ୍ତି। ଏହା ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିମାନ ଚଳାଚଳ ପାଇଁ ଆବଶ୍ୟକ ଇନ୍ଧନ ବା ଏଭିଏସନ ଟର୍ବାଇନ ଫ୍ୟୁଏଲର ଦାମ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି।

ଏହାକୁ ଦୃଷ୍ଟିରେ ରଖି ଘରୋଇ ବିମାନର ସର୍ବନିମ୍ନ ଭଡ଼ାକୁ ୫% ବୃଦ୍ଧି କରାଯାଇଛି। ତେବେ ସର୍ବାଧିକ ଭଡ଼ାକୁ ଅପରିବର୍ତ୍ତିତ ରଖାଯାଇଛି। ମାସକ ମଧ୍ୟରେ ୩ଥର ଦୈନିକ ଯାତ୍ରୀଙ୍କ ସଂଖ୍ୟା ୩.୫ ଲକ୍ଷ ଅତିକ୍ରମ କଲେ ଆମେ ଏହି ସେକ୍ଟରର ୧୦୦% ଅପରେସନକୁ ଅନୁମତି ଦେବୁ।

କରୋନା ସଂକ୍ରମଣ ଓ ବିଭିନ୍ନ ରାଜ୍ୟ ଆରଟି-ପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରିଥିବାରୁ ବିମାନ ଯାତ୍ରୀଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି। ଏହି କାରଣରୁ ବିମାନ କମ୍ପାନୀଗୁଡ଼ିକ କ୍ଷମତାର ୮୦% ଯାତ୍ରୀଙ୍କୁ ନେଇ ସେବା ଜାରି ରଖିଥିବା ସେ କହିଛନ୍ତି।

ଗତ ମାସରେ ସରକାର ବିମାନ ସେବାଗୁଡ଼ିକର ସର୍ବନିମ୍ନ ଭଡ଼ା ୧୦% ଓ ସର୍ବାଧିକ ଭଡା ୩୦% ପ୍ରତିଶତ ବୃଦ୍ଧି କରିଥିଲେ। ଗତବର୍ଷ ମେ ମାସରୁ ଘରୋଇ ବିମାନ ଚଳାଚଳକୁ ଅନୁମତି ଦେବା ବେଳେ ବିମାନ ଉଡ଼ାଣ ସମୟ ଆଧାରରେ ୭ଟି ସ୍ତରରେ ଭଡ଼ାକୁ ବିଭକ୍ତ କରାଯାଇଥିଲା।

Comments are closed.