Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟତ୍ରୀଙ୍କ ଜୀବନ

ସୁନ୍ଦରଗଡ : ସ୍କୁଲରୁ ଘରକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟତ୍ରୀଙ୍କ ଜୀବନ। ମୃତକ ଜଣଙ୍କ ହେଲେ ଦମୟନ୍ତି ପଟେଲ। ସେ ସୁନ୍ଦରଗଡ଼ ବଡ଼ମାଲ ସ୍କୁଲର ଶିକ୍ଷୟତ୍ରୀ ଭାବେ ତକାମ କରୁଥିଲେ।

ଦମୟନ୍ତି ଡ୍ୟୁଟି ସାରି ନିଜ ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ହେଲେ ସୁନ୍ଦରଗଡ଼ ଟାଉନ୍‌ ଥାନା ଭଜପୁର ରାଜ୍ୟ ରାଜପଥ ୧୦ ନିକଟରେ ସ୍କୁଟିକୁ ପଛ ପଟୁ ଧକ୍କା ଦେଇଥିଲା ଏକ ଟ୍ରକ। ଘଟଣାସ୍ଥଳରେ ହିଁ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଛି ।

Comments are closed.