Odisha Link
Bridging the Missing Links in Odisha

ବିନିକା ସ୍ଥିତ ଯୁକ୍ତ ୨ କଲେଜର ୬ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ବିନିକା : ରାଜ୍ୟରେ ପୁଣି ଘାରିଲାଣି କରୋନା ପ୍ରକୋପ। କଟକ ପରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି।

ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଟିମ୍ ମହାବିଦ୍ୟାଳୟରେ ପହଞ୍ଚି ୯୦ ଜଣ ଛାତ୍ରଛାତ୍ରୀଙ୍କର ସାମ୍ପୁଲ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୦ ଛାତ୍ରଛାତ୍ରୀଙ୍କ ଆରଟି-ପିସିଆର ଏବଂ ୪୦ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଣ୍ଟିଜେନ୍ ଟେଷ୍ଟରେ ୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ହୋଇଥିବା ସିଡିଏମଓ ସୂଚନା ଦେଇଛନ୍ତି ।

Comments are closed.