Odisha Link
Bridging the Missing Links in Odisha

ଚର୍ଚ୍ଚାରେ ଇଂଲଣ୍ଡର ଏହି ଖେଳାଳି, ଯାହାଙ୍କ ଭିଡିଓ ହେଉଛି ଭାଇରାଲ

ଅହମ୍ମଦାବାଦ: ଭ୍ରମଣକାରୀ ଇଂଲଣ୍ଡ ଦଳକୁ ୫ମ ଟି-୨୦ମ୍ୟାଚରେ ହରାଇ ସିରିଜ କବଜା କରିଛି ଟିମ୍‌ ଇଣ୍ଡିଆ। ଭାରତୀୟ ଟିମ୍‌ ୩-୨ରେ ଜିତି ସିରିଜ ହାତେଇବାରେ ସଫଳ ହୋଇଛି। ଟି-୨୦ ସିରିଜରେ ୨୩୧ ରନ କରିଥିବା ବିରାଟ କୋହଲିଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ମିଳିଥିଲା।

ଟିମ୍‌ ଇଣ୍ଡିଆର ସିରିଜ ବିଜୟ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠୁ ଅଧିକ ଇଂଲଣ୍ଡର ଜଣେ ଖେଳାଳିଙ୍କ ଫିଲ୍ଡିଂକୁ ନେଇ ଚର୍ଚ୍ଚା ହେଉଛି। ୫ମ ଟି-୨୦ରେ ଭାରତ ବିଶାଳସ୍କୋର କରୁଥିବା ବେଳେ କ୍ରିକେଟ ପ୍ରେମୀ ଏହାର ଭରପୂର ଆନନ୍ଦ ଉଠାଇଥିଲେ। ତେବେ ଭାରତ ବ୍ୟାଟିଂ କରୁଥିବା ବେଳେ ଇଂଲଣ୍ଡର ଖେଳାଳି କ୍ରିସ୍ ଜୋର୍ଡାନ ଧରିଥିବା ଏକ କ୍ୟାଚ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରଥମ ଇନିଂସରେ ରଶିଦଙ୍କ ଏକ ବଲ୍‌କୁ ବାଉଣ୍ଡ୍ରୀ ପାର କରିବାକୁ ହିଟ୍ କରିଥିଲେ ସୂର୍ଯ୍ୟକାନ୍ତ ଯାଦବ। ଲାଗୁଥିଲା ତାହା ଛକା ହୋଇଯିବ। କିନ୍ତୁ ଜୋର୍ଡାନ ଦୌଡ଼ି ଆସି ବାଉଣ୍ଡ୍ରୀର ଅତି ନିକଟରେ ଗୋଟିଏ ହାତରେ କ୍ୟାଚ୍ କରିଥିଲେ ଓ ନିୟନ୍ତ୍ରଣ ହରାଇ ବାଉଣ୍ଡ୍ରୀ ଅତିକ୍ରମ କରିବା ପୂର୍ବରୁ ସାଥି ଖେଳାଳି ଜସନ ରୟଙ୍କୁ ବଲ୍‌ଟି ଫୋପାଡ଼ି ଦେଇଥିଲେ। ଫଳରେ ଦମଦାର ବ୍ୟାଟିଂ କରୁଥିବା ସୂର୍ଯ୍ୟକୁମାର ଆଉଟ୍ ହୋଇ ପ୍ୟାଭିଲିଅନ୍‌ ଫେରିଥିଲେ।

Comments are closed.