Odisha Link
Bridging the Missing Links in Odisha

ଉଦଘାଟିତ ହେଲା ରାଉରକେଲା ଆଇଜିଏଚ୍ ସୁପରସ୍ପେସିଆଲିଟି ହସ୍ପିଟାଲ୍

ରାଉରକେଲା: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସି ଆଜି ରାଉରକେଲାରେ ପହଞ୍ଚିଛନ୍ତି। ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ ରାଉରକେଲା ଆଇଜିଏଚ୍ ସୁପରସ୍ପେସିଆଲିଟି ହସ୍ପିଟାଲ୍‌ର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି।

ରାଷ୍ଟ୍ର ଉଦ୍ଦେଶ୍ୟରେ ଆଇଜିଏଚ୍ ସୁପରସ୍ପେସିଆଲିଟି ହସ୍ପିଟାଲ୍କୁ ସମର୍ପିତ କଲେ ରାଷ୍ଟ୍ରପତି। ରାଉରକେଲାର ଅର୍ଥ ବୁଝାଇଲେ ରାଷ୍ଟ୍ରପତି କହିଲେ, ରାଉର- ଆପକା, କେଲା- ଗାଓଁ। ଆପକା ଗାଓଁ ଅର୍ଥାତ ଆପଣ କହିଲେ ଏହା ମୋ ଗାଁ।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇସ୍ପାତ ରାଜ୍ୟ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସେଲ ଅଧକ୍ଷ୍ୟା ସୋମା ମଣ୍ଡଳ ଓ ଅନ୍ୟ ବରିଷ୍ଟ ଅଧିକାରୀ ଉପସ୍ଥିତ ଥିଲେ।

ରାଉରକେଲା ଆଇଜିଏଚ୍‌ ସୁପରସ୍ପେସିଆଲିଟି ହସ୍ପିଟାଲ୍‌ର ଉଦଘାଟନ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ଵର ଫେରି ରାଜଭବନରେ ରାତ୍ରିଯାପନ କରିବେ। ଆସନ୍ତା କାଲୀ ସକାଳେ ରାଷ୍ଟ୍ରପତି ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ।

ପରେ ପୂର୍ବାହ୍ନ ୧୦ଟା ୪୫ମିନିଟରୁ ୧୧ଟା ୧୫ମିନିଟ ପର୍ଯ୍ୟନ୍ତ ଅଧଘଣ୍ଟା କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଦେଖିବେ। ଅପରାହ୍ନ ୪ଟା ୪୫ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Comments are closed.