Odisha Link
Bridging the Missing Links in Odisha

୨୦୦ ବର୍ଷ ଧରି ଆମେରିକାର ଗୁଲାମ ଥିଲା ଭାରତ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ ପୁଣି ଥରେ ଚର୍ଚ୍ଚାରେ। ଫଟା ଜିନ୍ସ ଉପରେ ବିବାଦୀୟ ମନ୍ତବ୍ୟ ରଖି ନିକଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ ପୁଣିଥରେ ଚର୍ଚ୍ଚାରେ। ଫଟା ଜିନ୍ସ ଉପରେ ମନ୍ତବ୍ୟରଖି କ୍ଷମା ମାଗିବା ପରେ ଏବେ ଆମେରିକା ଭାରତକୁ ୨୦୦ ବର୍ଷ ଧରି ଶାସନ କରିଥିଲା ବୋଲି ତୀରଥ କହିଛନ୍ତି।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ ରବିବାର ବିଶ୍ଵ ବନ ଦିବସ ଅବସରରେ ନୈନିତାଲ ଜିଲ୍ଲାର ରାମନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, କୋଭିଡ୍ ମହାମାରୀରେ ଅନେକ ଦେଶ ପ୍ରଭାବିତ ହୋଇଛି। ଭାରତ ଯେଉଁଭଳି ଭାବରେ ମୋଦୀଙ୍କ ନେତୃତ୍ୱରେ କରୋନା ମୁକାବିଲା କରିଛି ତାହାକୁ ସାରା ବିଶ୍ୱ ପ୍ରଶଂସା କରୁଛି। ଆମେରିକା ଭଳି ଦେଶ ଯିଏକି ଭାରତକୁ ୨୦୦ ବର୍ଷ ଧରି ଶାସନ କରି କରିଥିଲା ସେ ବି ଏହି ମହାମାରୀରେ ପ୍ରଭାବିତ ହୋଇଛି। ଆଉ ସଂଘର୍ଷ କରୁଛି ବୋଲି ତୀରଥ କହିଛନ୍ତି।

ତୀରଥଙ୍କ ଏଭଳି ବିବାଦୀୟ ବୟାନକୁ ସୋଶିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି। ଏପରିକି ନୂଆ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଉଠାଇଛନ୍ତି ସୋସିଆଲ ମିଡିଆ ଯୁଜର।

Comments are closed.