Odisha Link
Bridging the Missing Links in Odisha

ରାଷ୍ଟ୍ରପତିଙ୍କୁ ପରସାଯିବ ଏହି ପାରମ୍ପରିକ ଓଡ଼ିଆ ଖାଦ୍ୟ, କଣ ଜାଣନ୍ତୁ…

ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟରେ ଅପ୍ୟାୟିତ କରାଯିବ। କୋଣାର୍କ ଯାତ୍ରୀ ନିବାସରେ ଲୋଟସ ରିସର୍ଟ ପକ୍ଷରୁ ପରିଚାଳକ ଭାରତ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଷ୍ଟ୍ରପତିଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯିବ।

ସ୍ୱତନ୍ତ୍ର ଚାଉଳରେ ପ୍ରସ୍ତୁତ ଭାତ, ରୁଟି, ଡାଲମା, ଖଅଙ୍ଗା ମାଛ ପୋଡ଼ା, ସନ୍ତୁଳା, ଶାଗ ଭଜା, କଖାରୁ ଫୁଲ ପିଠଉ, ଛେନା ତରକାରୀ, ଖଅଙ୍ଗା ମାଛ ବେସର, ଚିକେନ୍‍, ମଟନ ଆଦି ଖାଦ୍ୟ ପରସା ଯିବ। ଏଥିସହ ଛେନାପୋଡ଼ ଓ ରସଗୋଲା ମଧ୍ୟ ପରସା ଯିବ। ସେପ୍‍ ସୁନିଲ୍‍ ଓ ତାଙ୍କ ସହଯୋଗୀମାନେ ରାଷ୍ଟ୍ରପତିଙ୍କ ଲାଗି ଖାଦ୍ୟ ପ୍ରସ୍ତୁତ କରିବେ।

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଦର୍ଶନ ପାଇଁ ରାଜଭବନରୁ ରାଷ୍ଟ୍ରପତି ବାହାରି ସାରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରୁ ରାଷ୍ଟ୍ରପତି ପୁରୀ ଅଭିମୁଖେ ଯିବେ ଏବଂ ଶ୍ରୀଜିଉଙ୍କୁ ଦର୍ଶନ କରିବେ।

ଶ୍ରୀମନ୍ଦିରରେ ଦର୍ଶନ ସାରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଣାର୍କ ପରିଦର୍ଶନ କରିବେ। ପୂର୍ବାହ୍ନ ୧୦ଟା ୪୫ମିନିଟରୁ ୧୧ଟା ୧୫ମିନିଟ ପର୍ଯ୍ୟନ୍ତ ଅଧଘଣ୍ଟା କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଦେଖିବେ। ଅପରାହ୍ନ ୪ଟା ୪୫ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Comments are closed.