Odisha Link
Bridging the Missing Links in Odisha

ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ

ପୁରୀ: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ ପହଁଞ୍ଚିବା ପରେ ପୁରୀ ହେଲିପ୍ୟାଡରେ ରାଜ୍ୟ ସରକାରଙ୍କ ତରଫରୁ ସ୍ୱାଗତ କରିଥିଲେ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ।

ଏହାପରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଧର୍ମପନ୍ତ୍ରୀଙ୍କ ସହ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ସକାଳ ପ୍ରାୟ ୯ଟାରେ ଗଜପତି ମହାରାଜ ସିଂହଦ୍ୱାର ନିକଟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଗଜପତି ମହାରାଜ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ।

ସିଂହଦ୍ୱାରରେ ଗରୁଡ ସ୍ତମ୍ଭ ପାଖରୁ ପ୍ରଥମେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିଥିଲେ ରାଷ୍ଟ୍ରପତି। ଏହାପରେ ସେ ୨୨ ପାହାଚ ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ। ରାଷ୍ଟ୍ରପତି ମନ୍ଦିର ଭିତରେ ଗର୍ଭଗୃହକୁ ଯାଇ ପୂଜାର୍ଚ୍ଚନା କରିବା ସହ ରତ୍ନସିଂହାସନ ନିକଟରୁ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ପରେ ଶ୍ରୀମନ୍ଦିର ବେଢାରେ ପରିକ୍ରମା କରିବା ସହ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିଛନ୍ତି। ମନ୍ଦିର ବାହାରେ ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ବୁଲି ଦେଖିଛନ୍ତି ରାଷ୍ଟ୍ରପତି। ମନ୍ଦିରରୁ ଫେରିବା ବେଳେ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଫଟୋଚିତ୍ର ପ୍ରଦାନ କରାଯାଇଛି।

Comments are closed.