Odisha Link
Bridging the Missing Links in Odisha

ପରଲୋକରେ ପ୍ରସିଦ୍ଧ ଲେଖକ ତଥା ସିନେ ନିର୍ଦ୍ଦେଶକ ସାଗର ସରହଦି

ମୁମ୍ବାଇ: ବଲିଉଡ ଜଗତରେ ଶୋକର ଛାୟା। ଆଉ ନାହାନ୍ତି ପ୍ରସିଦ୍ଧ ଲେଖକ ତଥା ସିନେ ନିର୍ଦ୍ଦେଶକ ସାଗର ସରହଦୀ। ରବିବାର ବିଳମ୍ବିତ ରାତିରେ ସାଗର ସରହଦିଙ୍କ ଦେହାନ୍ତ ହୋଇଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ମୁମ୍ବାଇସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।

ସ୍ବର୍ଗତ ସାଗର ସରହଦି ‘କଭି କଭି’, ଚାନ୍ଦିନୀ, ନୁରୀ, ରଙ୍ଗ, ଜିନ୍ଦେଙ୍ଗୀ, କର୍ମଯୋଗୀ, କହୋ ନା ପ୍ୟାର ହୈ, କାରୋବାର ଭଳି ଅନେକ ସୁପରହିଟ୍‌ ଫିଲ୍ମର କାହାଣୀ ଲେଖିଥିଲେ। ହିନ୍ଦୀ ସିନେ ଜଗତର ସର୍ବୋତ୍ତମ କାହାଣୀକାରମାନଙ୍କ ମଧ୍ୟରେ ସାଗର ସରହିନ୍ଦଙ୍କ ନାମ ଆଗରେ ଥିଲା।

Comments are closed.