Odisha Link
Bridging the Missing Links in Odisha

ଆଜିଠୁ ଏହି ରାଜ୍ୟରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ହାଇଦ୍ରାବାଦ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ କେତେକ ଶିକ୍ଷାନୁଷ୍ଠାନରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେଣୁ ତେଲେଙ୍ଗାନା ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆଜିଠାରୁ ବନ୍ଦ ଘୋଷଣା କରିଛନ୍ତି। ତେବେ ଅନଲାଇନ୍ କ୍ଲାସ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମସ୍ତ ସରକାରୀ, ବେସରକାରୀ ସ୍କୁଲ, କଲେଜ, ହଷ୍ଟେଲ ଓ ଆବାସିକ ସ୍କୁଲଗୁଡ଼ିକୁ ଏଥିରେ ସାମିଲ କରାଯାଇଛି। ରାଜ୍ୟ ଶିକ୍ଷା ମନ୍ତ୍ରୀ ଏନେଇ ବିଧାନସଭାରେ ଏକ ବିବୃତି ରଖିଥିବା ଜଣାପଡ଼ିଛି ।

Comments are closed.