Odisha Link
Bridging the Missing Links in Odisha

କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୨ ମୃତ

ମୁମ୍ବାଇ: କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ। ଗତରାତିରେ ମୁମ୍ବାଇର ଏକ ମଲ୍‌ରେ ଥିବା ସନରାଇଜ୍‌ ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାରୁ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। ଅଗ୍ନିକାଣ୍ଡ ବେଳେ ପ୍ରାୟ ୭୬ ଜଣ ରୋଗୀ ଏହି କୋଭିଡ୍‌ ହସ୍ପିଟାଲରେ ରହିଥିଲେ। ସମସ୍ତଙ୍କୁ ନିକଟରେ ଥିବା ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ, ରାତି ପ୍ରାୟ ୧୨:୩୦ ମିନିଟ୍‌ ସମୟରେ ମୁମ୍ବାଇର ଭାନ୍ଦୁପସ୍ଥିତ ‘ଡ୍ରିମ୍‌ସ୍‌ ମଲ୍‌ ସନ୍‌ରାଇଜ୍‌ ହସ୍ପିଟାଲ୍‌’ରେ ନିଆଁ ଲାଗିଥିଲା। ୭୦ଜଣ ଚିକିତ୍ସାଧୀନ କୋଭିଡ୍‌-୧୯ ଆକ୍ରାନ୍ତ ରୋଗୀଙ୍କୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ନିଆଁ ଲିଭାଇବା ଲାଗି ଘଟଣାସ୍ଥଳକୁ ପ୍ରାୟ ୨୨ଟି ଦମକଳ ପଠାଯାଇଥିଲା। କିନ୍ତୁ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ଅନୁସାରେ, ୭୩ଜଣ କୋଭିଡ୍‌-୧୯ ରୋଗୀଙ୍କ ମଧ୍ୟରୁ ୩୦ଜଣଙ୍କୁ ‘ମୁଲୁନ୍ଦ ଜମ୍ବୋ ସେଣ୍ଟର୍‌’କୁ ଏବଂ ୩ଜଣଙ୍କୁ ‘ଫୋର୍ଟିସ୍‌ ହସ୍ପିଟାଲ୍‌’କୁ ସ୍ଥାନାନ୍ତର କରାଯାଇଛି।

Comments are closed.