Odisha Link
Bridging the Missing Links in Odisha

ଭାରତ ନିଜ ଦେଶବାସୀଙ୍କଠୁ ଅଧିକ ସମଗ୍ର ବିଶ୍ୱରେ ଟିକା ବାଣ୍ଟିଛି

ନୂଆଦିଲ୍ଲୀ : ଭାରତ ଜାତିସଂଘର ଜେନେରାଲ୍‌ ଆସେମ୍ବ୍ଲିରେ କହିଛି, ନିଜ ଲୋକଙ୍କୁ ଯେତେ ଦେଇ ନାହିଁ, ତା’ଠାରୁ ଅଧିକ କୋଭିଡ୍‌-୧୯ ଟିକା ସମଗ୍ର ବିଶ୍ୱକୁ ଯୋଗାଇଛି । ଟିକାର ଅସମ ବଣ୍ଟନ କରୋନାଭାଇରସ୍‌ ଦମନ ପାଇଁ ଚାଲିଥିବା ସମ୍ମିଳିତ ବୈଶ୍ୱିକ ପ୍ରତିବଦ୍ଧତାକୁ ପରାଜିତ କରିବ।

ଗତ ଶୁକ୍ରବାର ଦିନ ‘ଜେନେରାଲ୍‌ ଆସେମ୍ବ୍ଲିରେ ଅନୁଷ୍ଠିତ ଅନୌପଚାରିକ ବୈଠକରେ ଜାତିସଂଘସ୍ଥିତ ଭାରତର ଡେପୁଟି ପର୍‌ମାନେଣ୍ଟ୍‌ ରିପ୍ରେଜେନ୍‌ଟେଟିଭ୍‌ ରାଷ୍ଟ୍ରଦୂତ କେ. ନାଗରାଜ ନାଇଡୁ କହିଥିଲେ, କୋଭିଡ୍‌-୧୯ ମହାମାରୀ ଲାଗି ରହିଥିବା ବେଳେ ଏହାକୁ ଦମନ କରିବା ଲାଗି ବୈଶ୍ୱିକ ବୈଜ୍ଞାନିକ ସମ୍ପ୍ରଦାୟ ଏକାଧିକ ଟିକା ପ୍ରସ୍ତୁତ କରିବାରୁ ବର୍ଷ ୨୦୨୧ ସକାରାତ୍ମକ ଆଶା ନେଇ ଆରମ୍ଭ ହୋଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ଟିକା ପ୍ରସ୍ତୁତି କ୍ଷେତ୍ରରେ ଥିବା ଆହ୍ଵାନର ସମାଧାନ ହୋଇଥିବା ବେଳେ, ଏବେ ଆମେ କୋଭିଡ୍‌-୧୯ ଟିକାର ଉପଲବ୍ଧତା, ଉନ୍ମୁକ୍ତତା, ସୁଲଭ ଦର ଓ ବଣ୍ଟନ ଆଦି ସୁନିଶ୍ଚିତ କରାଇବା କଥା।

ବୈଶ୍ୱିକ ସହାୟତା ନ ରହିଲେ ତଥା ଟିକାର ଉପଲବ୍ଧତା କ୍ଷେତ୍ରରେ ସମତା ରକ୍ଷା କରାଯାଇ ନ ପାରିଲେ ଗରିବ ଦେଶମାନେ ଖୁବ୍‌ ପ୍ରଭାବିତ ହେବେ। ନାଇଡୁ ପୁଣି ମଧ୍ୟ କହିଛନ୍ତି ଯେ, ଆସନ୍ତା ଛଅ ମାସ ମଧ୍ୟରେ ଭାରତ ତା’ର ପ୍ରତ୍ୟକ୍ଷ ସେବାକାରୀ କର୍ମଚାରୀଙ୍କୁ ୩୦୦ ନିୟୁତ ଟିକା ଦେବା ସହ ୭୦ରୁ ଊର୍ଦ୍ଧ୍ୱ ଦେଶକୁ ଟିକା ଯୋଗାଣ ଲାଗି ବ୍ୟବସ୍ଥା କରୁଛି।

Comments are closed.