Odisha Link
Bridging the Missing Links in Odisha

ଜାତୀୟ ହ୍ବିଲଚେୟାର ଅସିଚାଳନା ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ

ଚମକିଲେ ଓଡ଼ିଆ ଝିଅ

ଭୁବନେଶ୍ବର: ଜାତୀୟ ହ୍ବିଲଚେୟାର ଅସିଚାଳନା ପ୍ରତିଯୋଗିତାର ପ୍ରଥମ ଦିନରେ ଚମକିଲେ ଓଡ଼ିଆ ଝିଅ। ହରିୟାଣାର କର୍ଣ୍ଣାଲ ସହରରେ ଆୟୋଜିତ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶା ଝିଅ ମାଳତୀ ପାନୈରେ, ସିଲା ମନ୍ତ୍ରୀ ଓ ପୂଜାସ୍ବିନୀ ନାୟକ କମାଲ କରିଛନ୍ତି। ମହିଳାର ‘ଏ’ ବିଭାଗରେ ମାଳତୀ ବ୍ୟକ୍ତିଗତ ଫଏଲ୍‌ରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଫାଇନାଲ୍‌ରେ ହରିୟାଣାର ରେଖାଙ୍କୁ ୧୫-୯ରେ ହରାଇ ସୁନେଲି ପଦକ ଜିତି ନେଇଥିଲେ ସେ। ସେହିଭଳି ସିଲା ମନ୍ତ୍ରୀ ତୀବ୍ର ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍‌ରେ ନିଜ ରାଜ୍ୟର ମାଳତୀ ପାନୈରେଙ୍କଠାରୁ ୩-୪ରେ ହାରି କାଂସ୍ୟ ପଦକ ଜିତିଥିଲେ। ଫଳରେ ଏହି ବର୍ଗରେ ରାଜ୍ୟ ଦଳକୁ ଦୁଇଟି ପଦକ ମିଳିଛି।

ମହିଳା ବିଭାଗ ‘ବି’ରେ ପୂଜାସ୍ବିନୀ ନାୟକ ବ୍ୟକ୍ତିଗତ ଇପିରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ୍‌ରେ ଛତିଶଗଡ଼ର ରୋହିଣୀ ସାହୁଙ୍କୁ ଠିକ୍ ସେହି ୧୫-୯ରେ ପରାସ୍ତ କରିଥିଲେ ସେ। ଅନ୍ୟପକ୍ଷରେ ବ୍ୟକ୍ତିଗତ ଫଏଲରେ ସେହି ରୋହିଣୀଙ୍କଠାରୁ ୫-୧୫ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଏହି ଦୁଇ ଦିନିଆ ପ୍ରତିଯୋଗିତାର ପୁରୁଷ ଫଏଲ୍‌ରେ ଓଡ଼ିଶାର ଭି ରମେଶ ରାଓ ଓ ରାଖାଲ କୁମାର ସେଠୀ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

Comments are closed.