Odisha Link
Bridging the Missing Links in Odisha

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଜଣେ ଯବାନ୍ ସହିଦ

କାଶ୍ମୀର : ସୁରକ୍ଷାକର୍ମୀଙ୍କ ଜଣେ ଆତଙ୍କବାଦୀ ନିହତ ଓ ଜଣେ ଯବାନ୍ ସହିଦ ହୋଇଛନ୍ତି। ଜାମ୍ମୁରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି ।

ମୃତ ଆତଙ୍କବାଦୀଙ୍କ ନିକଟରୁ ଆମେରିକା ହତିୟାର ଏମ-୪ କାର୍ବୋଇନ ରାଇଫଲ ଷ୍ଟିଲ୍ ବୁଲେଟ୍ ଜବତ ହୋଇଛି । ସୋପିଆର ବଙ୍ଗମ କ୍ଷେତ୍ରରେ ବିଳମ୍ୱିତ ରାତିରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା ।

ତେବେ ଏଥିରେ ୩ ଯବାନ ଆହତ ହୋଇଛନ୍ତି । ଗତ ଗୁରୁବାର ଶ୍ରୀନଗର ଲାବାପୋରାରେ ସିଆରପିଏଫ୍ ପେଟ୍ରୋଲିଂ ଗାଡି ଉପରକୁ ଆତଙ୍କୀ ହମଲା ହୋଇଥିଲା । ଏଥିରେ ୨ ୟବାନ ସହିଦ ହେବା ସହ ୨ ଗୁରୁତର ହୋଇଥିଲେ ।

Comments are closed.