Odisha Link
Bridging the Missing Links in Odisha

ଛତିଶଗଡ଼ରୁ ଆସିଲା ଦୁଃଖଦ ଖବର: ୨୨ ଯବାନ ସହିଦ

ଛତିଶଗଡ଼: ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗତକାଲି ସଂଗଠିତ ଗୁଳିବିନିମୟ ଘଟଣାରେ ଆଜି ଏକ ବଡ଼ ଖବର ସାମନାକୁ ଆସିଛି। ଗୁଳିବିନିମୟରେ ମୋଟ ୨୨ ଜଣ ଯବାନ ସହିଦ ହୋଇଥିବା ଜଣାଯାଇଛି। ୨୨ ଯବାନ ସହିଦ ନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି। ତେବେ ଏହି ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ନକ୍ସଲ ନିପାତ ହୋଇଛନ୍ତି।

ସୂଚନା ଅନୁସାରେ, ବିଜାପୁର ତେରମ ଥାନା ଜୋନାଗୁଡା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାମୁହିଁ ହୋଇଥିଲେ। ଆଉ ଏହି ଘଟଣାରେ ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଥିବା ବେଳେ ୩୦ଜଣ ଯବାନ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲିର ନକ୍ସଲଙ୍କ ଆମ୍ବୁସ ପରଠାରୁ କିଛି ଯବାନ ନିଖୋଜ ରହିଛନ୍ତି। ସେମାନଙ୍କୁ ଠାବ କରିବାକୁ ବିଜାପୁରରେ ବଡ ଧରଣର ସର୍ଚ ଅପରେସନ୍ ଆରମ୍ଭ ହୋଇଛି। ଛତିଶଗଡ଼ରେ ନକ୍ସଲ ବିରୋଧି ଅଭିଯାନ ପାଇଁ ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦିୀୟ ପୁଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ।

ଏହି ସମୟରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହେବା ସହ ଗୁଳି ବିନିମୟ ହୋଇଥିଲା । ଶେଷ ଖବର ସୁଦ୍ଧା ୨୨ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।