ଓଟିଇଟି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ବୋର୍ଡର ଖଣ୍ଡନ

ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ। ଆଜି ଅନୁଷ୍ଠିତ ହେଉଥିବା ଓଟିଇଟି ପ୍ରଥମ ସିଟିଂ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ପ୍ରଥମ ସିଟିଂର ଡି’ ସେଟ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ପରୀକ୍ଷା ସିଟିଂ ଶେଷ ପୂର୍ବରୁ ମୋବାଇଲକୁ ପ୍ରଶ୍ନ ଆସିଯାଇଥିଲା। ଦେବଗଡ଼ର ଏକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ନପତ୍ର ଲିକ ହୋଇଥିବା ସୂଚନା ମିଳିଛି। ପ୍ରଶ୍ନପତ୍ର ଫଟୋ ଉଠାଇବା ଅଭିଯୋଗରେ ଜଣେ ପରୀକ୍ଷାର୍ଥୀଙ୍କୁ ବୁକ କରାଯାଇଥିବା ଜଣାଯାଇଛି।
ଫଟୋ ଉଠାଯାଇଥିବା ମୋବାଇଲକୁ ଜବତ କରାଯାଇଥିବା ନେଇ ବିଇଓ ସୂଚନା ଦେଇଛନ୍ତି। ତେବେ ଏହାର ଯାଞ୍ଚ ଚାଲିଛି। ବୋର୍ଡ ଏହାର ନିଷ୍ପତ୍ତି ନେବ ବୋଲି ଡିଇଓ କହିଛନ୍ତି। ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଲିକ ଅଭିଯୋଗକୁ ବୋର୍ଡ ସଭାପତି ରାମାଶିଶ ହାଜରା ଖଣ୍ଡନ କରିଛନ୍ତି।