Odisha Link
Bridging the Missing Links in Odisha

ଗାଙ୍ଗଷ୍ଟର ହାଇଦର ଫେରାର

କଟକ: ଡାକ୍ତରଖାନା ବେଡ୍‌ରୁ ଚମ୍ପଟ ମାରିଛି କେନ୍ଦ୍ରାପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଏକାଧିକ ମାମାଲରେ ସଂପୃକ୍ତ ହାଇଦର ଗତ କିଛି ଦିନ ହେବ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଥିଲା। ଜେଲରୁ ଅଣା ଯାଇ ହାଇଦରକୁ ଡାକ୍ରଖାନାରେ ଭର୍ତ୍ତି କରାଯାଇଥିଲା।

ଏସସିବିର ସର୍ଜରୀ ଓ୍ଵାର୍ଡରେ ସେ ଚକିତ୍ସୀଧିନ ଥିଲା। ହଠାତ୍ ଶନିବାର ଅପରାହ୍ନରେ ହାଇଦର ଫେରାର ହୋଇଯାଇଛି। ପୋଲିସ ସୁରକ୍ଷାରେ ଥାଇ ଗ୍ୟାଙ୍ଗଷ୍ଟାର କପିରି ଡାକ୍ତରଖାନାରୁ ପଳାଇଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୁଲେମାନ ହତ୍ୟାକାଣ୍ଡ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିଲା।

ସୁରକ୍ଷାକର୍ମୀଙ୍କୁ ସେ ନିଶା ଦେଇ ଡାଡକ୍ତଖାନା ବେଡ୍‌ରୁ ଖସି ଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ବୁର୍ଲା ମେଡିକାଲରୁ ରେଫର ହୋଇ ହାଇଦରକୁ କଟକ ଏସସିବି ଅଣାଯାଇଥିଲା।

Leave A Reply

Your email address will not be published.