Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ୧୪ଦିନିଆ ମାସ୍କ ଅଭିଯାନକୁ ସଫଳ କରିବା ନିମନ୍ତେ ଓଏସଏଲ ପକ୍ଷରୁ ଏକ ଲକ୍ଷ ମାସ୍କ ବଣ୍ଟନ ଲକ୍ଷ୍ୟ

ଅନ୍ୟ କର୍ପୋରେଟ ହାଉସ ମଧ୍ୟ ଏହି ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇବା ଲାଗି ଓଏସଏଲ ଅଧକ୍ଷ ମହିମା ମିଶ୍ର ଆହ୍ବାନ ଦେଇଛନ୍ତି।

କଟକ: ଜନସାଧାରଣଙ୍କ ମଧ୍ୟରେ ସଚେତନତା ବଢାଇବା ପାଇଁ ଭାତରର ପୂର୍ବ ଦିଗରେ ଅବସ୍ଥିତ ଓଡିଶାର ଏକ ପ୍ରମୁଖ କର୍ପୋରେଟ ହାଉସ ଓଡ଼ିଶା ଷ୍ଟେବେଡ୍ରସ ଲିମିଟେଡ଼(ଓଏସଏଲ) ପକ୍ଷରୁ bଏକଲକ୍ଷ ମାସ୍କ ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରୋନା ମୁକାବୁଲା ପାଇଁ ୧୪ଦିନିଆ ମାସ୍କ ଅଭିଯାନ ଅବସରରେ ଓଏସଏଲ ପକ୍ଷରୁ ସାଧାରଣ ଲୋକ ଏବଂ ମହିଳାମାନଙ୍କୁ ମାସ୍କ ବାଣ୍ଟିବା କଯ୍ୟକ୍ରମ ଆରମ୍ଭ କରାଯାଇଛି।

ଓଏସଏଲ ଅଧକ୍ଷ ଶ୍ରୀ ମହିମା ମିଶ୍ର ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧିକରିବା ନିମନ୍ତେ ମାଗଣା ମାସ୍କ ବଣ୍ଟନ କରିଥିଲେ।

ଏହି ଅବସରରେ ସେ କହିଥିଲେ

ଓଏସଏଲ ଏକ ଲକ୍ଷ ମାସ୍କ ଗରିବ ଓ ଅସହାୟ ଲୋକଙ୍କୁ ବାଣ୍ଟିବା ପାଇଁ ଲକ୍ଷରଖିଛି। ଓଏସଏଲ ଗତ ତିନି ବର୍ଷ ମଧ୍ୟରେ ବହୁ ସାମାଜିକ କାର୍ଯ୍ୟ  ସହ ଜଡ଼ିତ ହୋଇଆସିଅଛି। ମୁଖ୍ୟମନ୍ତ୍ରୀଙ୍କ ମାସ୍କ ଅଭିଯାନର ଘୋଷଣା ପରେ କମ୍ପାନୀ ପକ୍ଷରୁ ମାସ୍କ ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମ ଆଜି ଓଏସଏଲ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ କରାଯାଇଥିଲା। ଓଏସଏଲ ନିର୍ଦ୍ଧେଶକ ଶ୍ରୀ ଚନ୍ଦନ ମିଶ୍ର, ଶ୍ରୀ ଚର୍ଚ୍ଚିତ ମିଶ୍ର, ନିର୍ଦେଶକ (ଅର୍ଥ) ଚିନ୍ମୟ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଆଜି ଏହି କାର୍ଯ୍ୟକ୍ରମ କଟକ ଠାରେ ଆରମ୍ଭ କରାଯାଇଛି ଏବଂ ଆଗାମୀ ଦିନରେ ଓଏସଏଲ କାର୍ଯ୍ୟ କରୁଥିବା ଭାରତର ବିଭିନ୍ନ ଜାଗାରେ ମାସ୍କ ବଣ୍ଟା କାର୍ଯ୍ୟ ଜାରିରହିବ। ଅନ୍ୟ କର୍ପୋରେଟ ହାଉସ ମଧ୍ୟ ଏହି ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇବା ଲାଗି ଶ୍ରୀ ମିଶ୍ର ଆହ୍ବାନ ଦେଇଛନ୍ତି।

Leave A Reply

Your email address will not be published.