Odisha Link
Bridging the Missing Links in Odisha

କରୋନା: ଅନ୍ତଃରାଜ୍ୟ ବସ୍‌ ସେବା ବନ୍ଦ

ଭୁବନେଶ୍ବର: କରୋନା ମୁକାବିଲା ନେଇ ଆଜି ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି। ଆସନ୍ତା କାଲିଠାରୁ ସବୁ ଅନ୍ତରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିବ। ରାଜ୍ୟ ଭିତରେ କେବଳ ବସ ଚାଲିପାରିବ। ବସ୍‌ ଗୁଡ଼ିକ କେବଳ ସିଟିଂରେ ନେଇପାରିବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଅଟୋ ଓ ଟ୍ୟାକ୍ସିରେ ୨ ଜଣ ଯାତ୍ରୀ ଯାଇପାରିବେ। ସିନେମା ହଲ୍‌ରେ ୫୦ ପ୍ରତିଶତ ସିଟ୍‌ ପାଇଁ ଅନୁମତି ମିଳିବ। ଯାତ୍ରାରେ ୨ ହଜାର ଜାଗାରେ ଏଣିକି ୧ ହଜାର ଦର୍ଶକ ବସିପାରିବେ। ସରକାରୀ ଅଫିସରେ ୫୦% କର୍ମଚାରୀଙ୍କୁ ନେଇ ଚାଲିବ କାର୍ଯ୍ୟ। ବେସରକାରୀ କାର୍ଯ୍ୟାଳୟ କର୍ମଚାରୀ ହ୍ରାସ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମହାମାରୀ କରୋନାର ଲେଉଟାଣୀରେ ଯୁବବର୍ଗ ଆକ୍ରାନ୍ତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ରୁ ୪୦ ପ୍ରତିଶତ ଯୁବକବର୍ଗ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେଣୁ କଥା ହେଲା ବେଳେ ମାସ୍କ ପିନ୍ଧନ୍ତୁ। ମାସ୍କ ନାକ ଓ ପାଟି ଘୋଡ଼ାଇ ରଖନ୍ତୁ। ସାମାଜିକ ଦୂରତା ବଜାୟ ରଖନ୍ତୁ।

ଅନ୍ୟପଟେ କରୋନା ମୁକାବିଲା କରିବାକୁ ବିଭିନ୍ନ ଜିଲ୍ଲା ପାଇଁ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଓ ଏନ୍‌. ଥିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ମଧୁସୂଦନ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଛି। ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରା- ବଲାଙ୍ଗିର, ବରଗଡ଼, ନୂଆପଡ଼ା ନିକୁଞ୍ଜ ବିହାରୀ ଧଳ- ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଦାୟତ୍ୱରେ ରହିଛନ୍ତି। ସେହିପରି ସୁରେନ୍ଦ୍ର କୁମାର, ଶ୍ରୀକାନ୍ତ ପୃଷ୍ଟି- ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ୱରେ ଅଛନ୍ତି।

Leave A Reply

Your email address will not be published.