Odisha Link
Bridging the Missing Links in Odisha

ଭୁବନେଶ୍ବରରୁ ୪୬୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଅଣାୟତ୍ତ‌ ହେଲାଣି କରୋନା। ହୁହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୪୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଚିହ୍ନଟ ୩୩୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୨୯୦ ଜଣ ଥିବାବେଳେ କ୍ବାରେଣ୍ଟାଇନରୁ ୪୮ଜଣ କରୋନା ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀରୁ ୬ ଜଣ, ପୁରୁଣା ଭୁବନେଶ୍ୱରରୁ ୪ ଜଣ , ୟୁନିଟ ୩ ଅଞ୍ଚଳରୁ ୫ ଜଣ, ଟଙ୍କପାଣିରୁ ୫ ଜଣ, ଆଚାର୍ଯ୍ୟ ବିହାରରୁ ୫ ଜଣ, ବଡ଼ଗଡ଼ରୁ ୬ ଜଣ, ଶୈଳଶ୍ରୀ ବିହାରରୁ ୧୩ ଜଣ, ରସୁଲଗଡରୁ ୧୩ ଜଣ, ବାପୁଜୀ ନଗରରୁ ୫ ଜଣ, ନଖରାରୁ ୬ ଜଣ, ସାମନ୍ତରାପୁରରୁ ୪ ଜଣ, ପଟିଆରୁ ୧୯ ଜଣ, ଓଲଡ଼ ଟାଉନରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି ।

 

Leave A Reply

Your email address will not be published.