Odisha Link
Bridging the Missing Links in Odisha

ହାଇଦର ଗ୍ୟାଙ୍ଗ୍‌ରେ ଅର୍ଚ୍ଚନା ପରିଡ଼ା

ଅର୍ଚ୍ଚନାକୁ ଭୁବନେଶ୍ବରରେ ଡାଟା ଏଣ୍ଟ୍ରି ଅପରେଟର୍‌ ଚାକିରି କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲା ହାଇଦର୍। ହାଇଦର୍‌ ସମ୍ପର୍କରେ ଆସିବା ପୂର୍ବରୁ ଅର୍ଚ୍ଚନା ଓରଫ୍‌ ଗେହ୍ଲିର ଆଲ୍‌ବମ୍‌ ଅଭିନୟ ସଉକ ବି ଥିଲା।

ଭୁବନେଶ୍ବର: ହାଇଦରକୁ ଡାକ୍ତରଖାନାରୁ ଖସିବାରେ ସହଯୋଗ କରିଥିବା ତିନିଜଣ ଗିରଫ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ୧୯ ବର୍ଷୀୟ ଅର୍ଚ୍ଚନା ପରିଡ଼ା। ହାଇଦର୍‌ ତାକୁ ଶ୍ରଦ୍ଧାରେ ଡାକୁଥିଲା‌ ଗେହ୍ଲି। ଗେହ୍ଲିର ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ମୁସାଦପୁର ଗାଁରେ। ଫେରାର୍‌ ହେବା ପରେ ହାଇଦର ନିରନ୍ତର ଗେହ୍ଲି ସହ କଥା ହେଉଥିବା କହିଛି ପୁଲିସ।

ଭୋଗରାଇରେ ଯୁକ୍ତଦୁଇ ପଢ଼ୁଥିବା ଅର୍ଚ୍ଚନା ଥରେ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ପୁଣି ଥରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲା। ତେବେ ତାକୁ ଚାକିରିର ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଟାଣିଥିଲା ହାଇଦର। ଅର୍ଚ୍ଚନାକୁ ଭୁବନେଶ୍ବରରେ ଡାଟା ଏଣ୍ଟ୍ରି ଅପରେଟର୍‌ ଚାକିରି କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲା ହାଇଦର୍। ହାଇଦର୍‌ ସମ୍ପର୍କରେ ଆସିବା ପୂର୍ବରୁ ଅର୍ଚ୍ଚନା ଓରଫ୍‌ ଗେହ୍ଲିର ଆଲ୍‌ବମ୍‌ ଅଭିନୟ ସଉକ ବି ଥିଲା।

ହାଇଦର୍‌କୁ ଖସାଇଦେବାରେ ଅର୍ଚ୍ଚନାର ହାତ ରହିଥିବା ସନ୍ଦେହ କରିଛି ପୁଲିସ। ହାଇଦରର ପ୍ରତି ଯୋଜନା ବାବଦରେ ତା ପାଖରେ ସୂଚନା ରହୁଥିଲା। ଗେହ୍ଲି ସହ ଆଉ ଦୁଇ ଯୁବକଙ୍କୁ ମଧ୍ୟ ପୁଲିସ ସମାନ ଅଭିଯୋଗରେ ଗିରଫ କରିଛି। ସେମାନେ ହେଲେ କଟକ ଯୋବ୍ରା ବାସିନ୍ଦା ଇମ୍‌ରାନ୍‌ ଖାନ୍‌ (୧୯) ଓ କେନ୍ଦ୍ରାପଡ଼ା ସହର ଜୟପୁର ନିବାସୀ ଶେଖ୍‌ ରଇସୁଦ୍ଦିନ୍‌ (୨୬)।

ଗେହ୍ଲି ସମେତ ଏ ଦୁଇଜଣ ହାଇଦରକୁ ଖସିଯିବାରେ ସହଯୋଗ କରିଥିଲେ। ତିନି ଜଣ ଯାକ ହାଇଦର ସହ ନିୟମିତ ଯୋଗାଯୋଗରେ ଥିବା ପୁଲିସ ହାତରେ ପ୍ରମାଣ ଲାଗିଛି। କଟକ ବଡ଼ ମେଡିକାଲକୁ ଏମାନେ ଆସୁଥିଲେ ଓ ହାଇଦର୍‌ ଫେରାର୍‌ ଯୋଜନାରେ ସଂପକ୍ତ ଥିଲେ।

ଅର୍ଚ୍ଚନା ଓରଫ୍‌ ଗେହ୍ଲି ବାବଦରେ ସୂଚନା ଦେଇ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି,
ଅର୍ଚ୍ଚନା ପରିଡ଼ା ହାଇଦର ସହ କଥା ହେଉଥିଲା। ହାଇଦରର ସବୁ ଯୋଜନା ବାବଦରେ ସେ ଜାଣିଥିଲା। ହାଇଦର ଫେରାର୍‌ ହେବା ଷଡ଼ଯନ୍ତ୍ରରେ ସେ ସାମିଲ ଥିଲା। ଅଧିକ ଲୋକ ଏଥିରେ ସଂପୃକ୍ତ ଅଛନ୍ତି। ଆଗକୁ ମଧ୍ୟ ଚଢ଼ାଉ ଓ ଗିରଫଦାରୀ ଜାରି ରହିବ

ସୂଚନାଯୋଗ୍ୟ ଅର୍ଚ୍ଚନା ଭଳି ଆଉ ଦୁଇ ତରୁଣୀ ମଧ୍ୟ ହାଇଦର୍‌ ଜାଲରେ ଫସିଥିବା ସୂଚନା ମିଳିଛି। ସେମାନେ ହେଲେ କେନ୍ଦ୍ରାପଡ଼ା ପଟାମୁଣ୍ଡାଇର ସୋନାଲି ସ୍ବାଇଁ ଓ ମାହାଙ୍ଗାର ବନୀତା ରାଉତ।

Leave A Reply

Your email address will not be published.