Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କରୋନା ଯୋଗୁଁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନକୁ ଘୁଞ୍ଚାଇ ଦିଆ ଯାଇଥିଲା। ଏହାରି ମଧ୍ୟରେ ପିପିଲି ପାଇଁ ନୂଆଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକର ବାସିନ୍ଦା ବିଶ୍ୱକେଶନ ମହାପାତ୍ର। ସେ ଜିଲ୍ଲା କଂଗ୍ରେସର ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି । ବିଶ୍ୱକେଶନଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

ସୂଚନାଯୋଗ୍ୟ, ମେ’ ୧୩ ରେ ନିର୍ବାଚନ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ମେ’ ୧୬ ତାରିଖକୁ ଘୁଞ୍ଚାଯାଇଛି। ମେ’ ୧୩ରେ ଇଦ୍-ଉଲ-ଫିତର ପଡ଼ୁଥିବାରୁ ନିର୍ବାଚନ ଘୁଞ୍ଚାଯାଇଛି। ମେ’ ୧୯ରେ ଏହାର ଫଳାଫଳ ଘୋଷଣା ହେବ। ଏନେଇ ଗତକାଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହନୀ।

Leave A Reply

Your email address will not be published.