Odisha Link
Bridging the Missing Links in Odisha

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଜଣଙ୍କୁ ଗିରଫ କଲା ପୁଲିସ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ଗାଁରୁ ବିହାର ଚାଲାଣେ ବେଳେ ପୁଲିସ ହାତରେ ଲାଗିଛି ବିପୁଳ ଗଞ୍ଜେଇ।

ମାଲକାନଗିରି: ସାରା ରାଜ୍ୟରେ ଲାଗିଛି କରୋନା କଟକଣା। ହେଲେ କଟକଣାକୁ ଫୁ କରି ସକ୍ରିୟ ରହୁଛନ୍ତି ଗଞ୍ଜେଇ ମାଫିଆ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ଗାଁରୁ ବିହାର ଚାଲାଣେ ବେଳେ ପୁଲିସ ହାତରେ ଲାଗିଛି ବିପୁଳ ଗଞ୍ଜେଇ। ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଖବର ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତାବିକ, କାଡାମ ଛକ ନିକଟରେ ମାଛକୁଣ୍ଡ ଏବଂ ଲମତାପୁଟ ପୁଲିସ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ । ସେହି ସମୟରେ ଲମତାପୁଟ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ପିକଅପ ଭ୍ୟାନକୁ ଅଟକାଇ ଥିଲା ପୁଲିସ। ଗାଡି ଯାଞ୍ଚ ବେଳେ ସେଥିରୁ ବିପୁଳ ଗଂଜେଇ ମିଳିଥିଲା । ଗାଡିରେ ଥିବା ଦୁଇ ଅଭିଯୁକ୍ତ ପୁଲିସକୁ ଚକମା ଦେଇ ଦଉଡି ପଳାଉଥିଲେ। ହେଲେ ପୁଲିସ ସେମାନଙ୍କ ପିଛାକରି ଦୁଇ ଗଞ୍ଜେଇ ମଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି।

ଏଥିସହିତ ଗଞ୍ଜେଇ ଚାଲାଣରେ ବ୍ୟବହୃତ ପିକଅଫ‌ ଭ୍ୟାନକୁ ଜବତ କରିଛି ପୁଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଗିରଫ ଯୁବକ ଚିତ୍ରକୋଣ୍ଡା ବ୍ଲକ ପଣସପୁଟ ଗାଁର ଅର୍ଜୁନ ଲୋକେଇ ଏବଂ ଗୋପୀନାଥ ଖେମୁଣ୍ଡୁ। ଏହି ଯୁବକ ମାନେ ନିଶା କାରବାରରେ ବହୁ ଦିନରୁ ଲିପ୍ତ ଥିବା ପୁଲିସ କହିଛି।

Leave A Reply

Your email address will not be published.