Odisha Link
Bridging the Missing Links in Odisha

କରୋନା: ଭୁବନେଶ୍ବରରେ ୭୦୦ ଟିିପିଲାଣି ଦୈନିକ ସଂକ୍ରମଣ

ଭୁବନେଶ୍ବର : କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ୁଥିବା ବେଳେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ହାର ୭୦୦ ଟପିଲାଣି। ଗତ ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୭୦୮ କରୋନା ଆକ୍ରାନ୍ତ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ୫୫୭ ଜଣ ସ୍ଥାନୀୟ ଅକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ବରରୁ ବର୍ତ୍ତମାନ ସୁଦ୍ଧା ୪୦,୬୨୮ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ଆକ୍ଟିଭ୍‌ କେସ୍‌ ୫୪୬୮ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୩୪୮୮୪ ଜଣ ଏବଂ ୨୫୫ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.