Odisha Link
Bridging the Missing Links in Odisha

ଘାଟି ଉଠୁ ଉଠୁ ଓଲଟି ପଡ଼ିଲା ବସ୍, ୭ ଗୁରୁତର

ବସ୍‌ଟି ଜୟପୁରରୁ ଯାତ୍ରୀଙ୍କୁ ନେଇ ଅନୁଗୁଳ ଅଭିମୁଖେ ଯାଉଥିଲା।

ରାୟଗଡ଼ା: ସକାଳୁ ସକାଳୁ ଅଘଟଣ। ଘାଟି ଉଠୁଥିବା ବେଳେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଯାହାରିଫଳରେ ୭ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଏଭଳି ଏକ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଘଟିଛି।

ମିଳିଥିବା ସୂଚନା ମୁତାବିକ, ବସ୍‌ଟି ଜୟପୁରରୁ ଯାତ୍ରୀଙ୍କୁ ନେଇ ଅନୁଗୁଳ ଅଭିମୁଖେ ଯାଉଥିଲା। ତେବେ ଘାଟି ଉଠିବାବେଳେ ଭାରସାମ୍ୟ ହରାଇ ବସଟି୍‌ ଓଲଟି ପଡ଼ିଥିଲା। ଫଳରେ ବସରେ ଯାତ୍ରା କରୁଥିବା ପ୍ରାୟ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଖବରପାଇ ମୁକୁନ୍ଦପୁର ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଆଣି ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଛି। ଦୁର୍ଘଟଣା ପରେ ବସ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ରହିଛି।

Leave A Reply

Your email address will not be published.