Odisha Link
Bridging the Missing Links in Odisha

ବେଟିଂ ରାକେଟର ପର୍ଦ୍ଧାଫାସ, ୫୦ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ବେଟିଂ ବେଳେ ଜବତ ହୋଇଛି ୫୦ ଲକ୍ଷ ଟଙ୍କା। ରାଜ୍ୟ ବାହାରୁ କିଛି ଲୋକ ଭୁବବେଶ୍ୱରରେ ବେଟିଂ କରୁଥିବା ବେଳେ ପୁଲିସ ଚଢଉ କରିଛି। ଓୟୋ ରୁମରେ ବେଟିଂ ରାକେଟର ପର୍ଦ୍ଧାଫାସ କରିଛି କମିଶନରେଟ ପୁଲିସ।

ଚଢଉ ପୁଲିସ ଗୋଟିଏ କାର ସହ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଘର ଝାରଖଣ୍ଡ ଓ ଭୁବନେଶ୍ୱରରେ ବୋଲି ସୂଚନା ମିଳିଛି। ତେବେ ଏହି ବେଟିଂ ରାକେଟରେ ଆଉ କିଏ କିଏ ଜଡ଼ିତ ପୁଲିସ ତା’ର ତଦନ୍ତ କରୁଛି।