Odisha Link
Bridging the Missing Links in Odisha

ରାଜ୍ୟରେ ଦିନ ୨ଟା ପରେ ଦୋକାନ ବନ୍ଦ

ଭୁବନେଶ୍ଵର: ରାଜ୍ୟରେ ଏଣିକି ଦିନ ୨ଟା ପରଠାରୁ ବନ୍ଦ ରହିବ ଦୋକାନ ବଜାର। କରୋନା ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ ପରଠାରୁ ଦୋକାନ ବନ୍ଦ ରହିବ। ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି । ମହାସଂଘ ଏହି ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିବା ସୂଚନା ଦିଆଯାଇଛି। କିନ୍ତୁ ସେ ସମୟରେ ସାମଗ୍ରୀ ଲୋଡିଂ ଏବଂ ଅପ୍‌ଲୋଡିଂ ଜାରି ରହିବ।

ଏ ସମ୍ପର୍କରେ ଆସନ୍ତାକାଲି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏ ନେଇ ବିସ୍ତୃତ ଆଲୋଚନା ହେବ। କେଉଁ କେଉଁ ସବୁ ଦୋକାନ ବନ୍ଦ ରହିବ କେଉଁ ଦୋକାନ ଖୋଲା ରହିବ ବ୍ଳୁ୍-ପ୍ରିଣ୍ଟ ପ୍ରସ୍ତୁତ କରାଯିବ।

ପୂର୍ବରୁ ଆସନ୍ତା ୩ ତାରିଖରୁ କଟକର ସମସ୍ତ ଦୋକାନ ବଜାର ଅପରାହ୍ନ ୨ ଟା ଯାଏଁ ଖୋଲାରହିବ ବୋଲି ବିଭିନ୍ନ ବ୍ୟବସାୟୀ ସଂଘ ଓ ପୂଜା କମିଟି ତରଫରୁ ନିଷ୍ପତ୍ତି ହୋଇଥିଲା। ପ୍ରଶାସନ ମଧ୍ୟ ଏଥିରେ ସହମତ ପ୍ରକାଶ କରିଛି। ମେଡିସିନ୍ ଦୋକାନ ବ୍ୟତୀତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ମାଲଗୋଦାମ ଏବଂ ଛତ୍ରବଜାରରେ ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟକଳାପ ପ୍ରତିଦିନ ଅପରାହ୍ନ ୨ଟା ପରେ ବନ୍ଦ ରହିବ। ଏହି ନିଷ୍ପତ୍ତି ଆସନ୍ତା ୩ ତାରିଖରୁ ୧୮ ତାରିଖ ଯାଏଁ ବଳବତ୍ତର ରହିବ।

Leave A Reply

Your email address will not be published.