Odisha Link
Bridging the Missing Links in Odisha

IPL: ବଦଳିଲେ ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ ଅଧିନାୟକ, ଓ୍ବାର୍ଣ୍ଣରଙ୍କ ସ୍ଥାନ ନେବେ ଏହି ଖେଳାଳି

୨୦୨୧ ଆଇପିଏଲ ମହାକୁମ୍ଭରେ ଏପର୍ଯ୍ୟନ୍ତ ସନରାଇଜର୍ସ ହାଇଦ୍ରବାଦ ଟିମ୍‌ ଡେଭିଡ ଓ୍ବାର୍ଣ୍ଣରଙ୍କ ନେତୃତ୍ବରେ ୬ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ ପାଇଛି।

ନୂଆଦିଲ୍ଲୀ: କରୋନା କାଳରେ ଦେଶରେ ଚାଲିଛି ଆଇପିଏଲ ମହାକୁମ୍ଭ ୨୦୨୧। ହେଲେ ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ନୈରାଶ୍ୟଜନ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ କରିଛି ବଡ଼ ଘୋଷଣା। ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଥିବା ହାଇଦ୍ରାବାଦ ଟିମ୍‌ ଅଧିନାୟକ ପଦରୁ ଓ୍ବାର୍ଣ୍ଣରଙ୍କୁ ବାଦ୍‌ ଦେଇ କେନ୍‌ ଓ୍ବିଲିୟମସନ୍‌ଙ୍କୁ ଗୁରୁ ଦାୟିତ୍ବ ଦେଇଛି। ଏନେଇ ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ ଟ୍ବିଟରେ ସୂଚନା ଦେଇଛି।

୨୦୨୧ ଆଇପିଏଲ ମହାକୁମ୍ଭରେ ଏପର୍ଯ୍ୟନ୍ତ ସନରାଇଜର୍ସ ହାଇଦ୍ରବାଦ ଟିମ୍‌ ଡେଭିଡ ଓ୍ବାର୍ଣ୍ଣରଙ୍କ ନେତୃତ୍ବରେ ୬ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ ପାଇଛି। ଯାହାଫଳରେ ପଏଣ୍ଟ ଟେବୁଲର ଶେଷରେ ଅଛି ସନରାଇଜର୍ସ ହାଇଦ୍ରାବାଦ ଟିମ୍। ଅନ୍ୟପଟେ ଖୋଦ୍‌ ଡେଭିଡ ଓ୍ବାର୍ଣ୍ଣର ରନ୍‌ ପାଇଁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଛି। ସନରାଇଜର୍ସ ଟିମ୍‌ ଓ୍ବିଲିୟମସନ୍‌ଙ୍କ ନେତୃତ୍ବରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ତାର ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଖେଳିବ।

ସୂଚନାଥାଉକି, ଆଇପିଏଲ ଅଧାରୁ ସନରାଇଜର୍ସ ହାଇଦ୍ରାବାଦ୍‌ ଟିମ୍‌ ଅଧିନାୟକ ଅଦଳବଦଳ କରିବା ପ୍ରଥମ ଥର କରିନାହିଁ। ଏହାପୂର୍ବରୁ ୨୦୧୪ ଆଇପିଏଲ ଅଧାରୁ ଶିଖର ଧାଓ୍ବନଙ୍କ ଅଧିନାୟକ ପଦରୁ କାଢ଼ି ଗୁରୁ ଦାୟିତ୍ବ ଡେରେନ୍‌ ସାମିଙ୍କୁ ଦେଇଥିଲା ଟିମ୍‌ ମ୍ୟାନେଜମେଣ୍ଟ।

Leave A Reply

Your email address will not be published.