Odisha Link
Bridging the Missing Links in Odisha

ସତ ହେବ କି ଶୁଭେନ୍ଦୁଙ୍କ ଆକଳନ? ନନ୍ଦିଗ୍ରାମରେ ମମତା ପଛରେ

ନିର୍ବାଚନ ବେଳେ ଶୁଭେନ୍ଦୁ ଅଧିକାରୀ ଦାବି କରିଥିଲେ ସେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟ୍‌ରେ ହରାଇବେ।

କୋଲକାତା: କରୋନା କାଳରେ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନ ସଭା ନିର୍ବାଚନ ପାଇଁ ଗଣତି ଆରମ୍ଭ ହୋଇଛି। ସମସ୍ତଙ୍କ ନଜରେ ଏବେ ପଶ୍ଚିମବଙ୍ଗରେ ଉପରେ ରହିଛି। ଏଥିରେ ପ୍ରାଥମିକ ଗଣତିରେ ଟିଏମ୍‌ସି ଆଗୁଆ ଥିବା ବେଳେ ବିଜେପି ଜୋରଦାର ଟକ୍କର ଦେଉଛି। ସେହିପରେ ତାମିଲନାଡୁରେ ଡିଏମେକେ ଆଗୁଥିବା ବେଳେ ଏଆଇଡିଏମ୍‌କେ ଅନେକ ସ୍ଥାନରେ ବେଶ୍‌ ଭଲ ପ୍ରଦର୍ଶନ କରିଛି।ପୁଡୁଚେରୀରେ ଏନ୍‌ଡିଏ ଆଗୁଆ ରହିଛି। ଆସାମରେ ବିଜେପି ଆଗୁଆ ରହିଛି।

ଭୋଟ ଗଣତି ଚାଲିଥିବା ବେଳେ ସମସ୍ତଙ୍କ ଫୋକସରେ ରହିଛି ପଶ୍ଚିମବଙ୍ଗ ଫଳାଫଳ। ପ୍ରାଥମିତ ଭୋଟ ଗଣତି ଟ୍ରେଣ୍ଡରୁ ସାମ୍ନାକୁ ଆସିଛି ବଡ଼ ଖବର। ନନ୍ଦିଗ୍ରାମରେ ପଛରେ ଅଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା। ଏଠାରେ ଆଗରେ ରହିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ଏପରିକି ଟ୍ରେଣ୍ଡକୁ ଦେଖିଲେ ନନ୍ଦିଗ୍ରାମରେ ମମତା ହାରିଯିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ପଶ୍ଚିମବଙ୍ଗ ବିଧନାସଭା ନିର୍ବାଚନରେ ସବୁଠୁ ଚର୍ଚ୍ଚାରେ ଥିଲା ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀ। କାରଣ ଏଠାରୁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢ଼ିଥିବା ବେଳେ ଟିଏମସିରୁ ବିଜେପିକୁ ଆସିଥିବା ଏବଂ ଦିନେ ଦିଦିଙ୍କ ବିଶ୍ବସ୍ତ ଥିବା ନେତା ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥୀ ହୋଇଥିଲେ। ୨ ଦିନ ତଳେ ଇଣ୍ଡିଆ ଟିଭି ଦ୍ବାରା କରାଯାଇଥିବା ସର୍ଭେ ରିପୋର୍ଟ କହିଥିଲା ଯେ, ଯେ ବେଙ୍ଗଲରେ ବିଜେପି ସରକାର କରିବ ତାହା ନୁହେଁ ବରଂ ନନ୍ଦିଗ୍ରାମରୁ ମମତା ବାନାର୍ଜୀ ହାରିବେ ବୋଲି ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଥିଲା।

ସୂଚନାଥାଉକି, ନିର୍ବାଚନ ବେଳେ ଶୁଭେନ୍ଦୁ ଅଧିକାରୀ ଦାବି କରିଥିଲେ ସେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟ୍‌ରେ ହରାଇବେ।

Leave A Reply

Your email address will not be published.