Odisha Link
Bridging the Missing Links in Odisha

ରାଜ୍ୟରେ ରବିବାର ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ସଂକ୍ରମଣ ହାର। ପ୍ରତିଦିନ ୮୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହି ଦ୍ରୁତ ସଂକ୍ରମଣ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନିଆ ଲକ ଡାଉନ କରିଛନ୍ତି। ମାତ୍ର ଲକଡାଉନରେ ମଧ୍ୟ ଟିକାକରଣ ଜାରି ରହିବ। ରାଜ୍ୟରେ କେବଳ ରବିବାର ଟିକାକରଣ ବନ୍ଦ ରହିବ।

ରାଜ୍ୟରେ ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ହେଉଥିବାରୁ ଟିକାକରଣ ନେଇ ସାନି ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର। ରବିବାର ବ୍ୟତୀତ ଅନ୍ୟ ସମସ୍ତ ଦିନରେ ଟିକାକରଣ ଜାରି ରହିବ। ଟିକା ନେବାକୁ ଚାହୁଁଥିବା ବ୍ୟକ୍ତିମାନେ ନିଜ ନିଜ ବ୍ୟବସ୍ଥାରେ ଯାଇ ସୋମବାରରୁ ଶନିବାର ମଧ୍ୟରେ ଟିକା ନେଇପାରିବେ।

Leave A Reply

Your email address will not be published.