Odisha Link
Bridging the Missing Links in Odisha

ଲସି ପିଇ ଶତାଧିକ ଅସୁସ୍ଥ ଘଟଣା: ଚାଲିଗଲା ନାବାଳିକାଙ୍କ ଜୀବନ

ମାଲକାନଗିରି: ଲସି ପିଇ ଶତାଧିକ ଲୋକ ଗୁରୁତର ଘଟଣାରେ ଜଣେ ନାବାଳିକାଙ୍କର ମୃତ୍ୟୁ। ମାଲକାନଗିରି ସିମିଳିବଞ୍ଛା ଗାଁର ୧୨ ବର୍ଷର ଝିଅ ଅଡମା ମାଡ଼କାମିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

କିଛିଦିନ ତଳେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କୁର୍ତ୍ତି ସାପ୍ତାହିକ ହାଟରୁ ବିଷାକ୍ତ ଲସି ପିଇ ଶତାଧିକ ଗୁରୁତର ହୋଇଥିଲେ । ଯାହାପରେ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପୁଲିସ। ସେଦିନ କୁର୍ତ୍ତୀ ସାପ୍ତାହିକ ହାଟରେ ଲସି ବିକ୍ରି କରିଥିବା ଦୁଇ ଜଣ ବ୍ୟବସାୟୀ ଶୁକଦେବ ପୋଦ୍ଦାର ଓ ସାମଲ ପୋଦ୍ଦାରକୁ ଏମ.ଭି.୭୯ ଥାନା ପୁଲିସ ଗିରଫ କରିଛି ।

ଏମାନେ ଲସି ତିଆରି କରିବା ସମୟରେ ମାଛ ପେଡିର ବରଫ ସହ ପଚ୍ଚା କଦଳି ଓ ଅନେକ ଦିନ ତଳର ପୁରୁଣା ଦହି ବ୍ୟବହାର କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.