Odisha Link
Bridging the Missing Links in Odisha

୨୦୨୧ IPL ମହାକୁମ୍ଭ ସ୍ଥଗିତ, ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୪ ତମ ସଂସ୍କରଣକୁ ସ୍ଥଗିତ ରଖିଲା ବସିସିଆଇ। ଏକାଧିକ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ। ଏନେଇ ଏନଆଇକୁ ସୂଚନା ଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା।

ଆଜି (ମଙ୍ଗଳବାର ) ସନରାଇଜର୍ସ ହାଇଦ୍ରାବାଦର ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଋଦ୍ଧିମାନ ଶାହା, ଦିଲ୍ଳୀ କ୍ୟାପିଟାଲ୍ସର ସ୍ପିନର ଅମିତ ମିଶ୍ରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପୂର୍ବରୁ ସୋମବାର କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ସୋମବାର କେକେଆର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲା ସ୍ଥଗିତ ରଖା ଯାଇଥିଲା। ଏହା ବ୍ୟତୀତ ଚେନ୍ନାଇ ସୁପରକିଙ୍ଗ୍ସର ତିନି ସଦସ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ।

ଏକାଧିକ ଖେଳାଳି ଓ ଗ୍ରାଉଣ୍ଡ ଷ୍ଟାଫ୍‌ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିସିସିଆଇ ବାତିଲ କରିବାର ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.