Odisha Link
Bridging the Missing Links in Odisha

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି। ଉତ୍ତରପ୍ରଦେଶ କଣ୍ଟ୍ରୋଲ ରୁମର ହ୍ବାଟସଆପ ନମ୍ବରକୁ ଏହି ଧମକ ଆସିଛି। ଧମକ ପଠାଇ କୁହାଯାଇଛି ଯେ, ଚାରିଦିନ ଭିତରେ ଯାହା କରିବା କଥା କରିଦିଅ। ଏହି ଘଟଣା ପରେ ପୁଲିସ ଟିମକୁ ଆଲର୍ଟ କରି ଦିଆଯାଇଛି। ଲକ୍ଷ୍ମୌ ସୁଶାନ୍ତ ଗୋଲଫ ସିଟି ଥାନାରେ ମାମଲା ରୁଜୁ କରାଯାଇଛି। ନମ୍ବର ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଛାନଭିନ ଆରମ୍ଭ କରାଯାଇଛି।

ସୂଚନ ମୁତାବକ, ଉତ୍ତରପ୍ରଦେଶ ପୁଲିସର ଜରୁରୀକାଳିନ ସେବା ପାଇଁଥିବା ୧୧୨ ହ୍ବାଟସଆପ ନମ୍ବରକୁ କେହି ଜଣେ ମେସେଜ କରି ହତ୍ୟା ଧମକ ଦେଇଥିଲା। ଏହି ଧମକରେ ଲେଖା ହୋଇଛି, ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ୫ଦିନ ଭିତରେ ସେ ହତ୍ୟା କରିବ। ତେଣୁ ଯେଉଁ କାମ ଅଛି ତାହାକୁ ସେ ଚାରିଦିନ ଭିତରେ ଶେଷ କରି ଦିଅନ୍ତୁ।

ତେବେ ଏହା ପୂର୍ବରୁ ବି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିବା ପାଇଁ ଧମକ ମିଳିଛି। ୨୦୨୦ ମଇ ମାସରେ ଯୋଗୀ ଆଦିତ୍ୟନାଥଙ୍କୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ମିଳିଥିଲା। ୧୧୨ର ସୋସିଆଲ ମିଡିଆ ଡେସ୍କର ହ୍ବାଟସଆପ ନମ୍ବରକୁ ଏହି ଧମକ ଆସିଥିଲା।

Leave A Reply

Your email address will not be published.