ରାଜ୍ୟରେ ସୁସ୍ଥ ହେଲେ ଆଉ ୬୧୭୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୬୧୭୬ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଓଡିଶାରେ ଏଯାଏଁ ମୋଟ ୪ ଲକ୍ଷ ୧୬ ହଜାର ୪୦୩ ଜଣ ସୁସ୍ଥ ହୋଇସାରିଲାଣି। ଏ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି କଳାହାଣ୍ଡିରୁ ୫୧୯, କଟକରୁ ୪୮୫, ବଲାଙ୍ଗିରରୁ ୪୫୯, ସୁନ୍ଦରଗଡ଼ରୁ ୪୩୩, ଝାରସୁଗୁଡ଼ାରୁ ୨୬୩ ସୁସ୍ଥ, ଅନୁଗୁଳରୁ ୨୪୩ ସୁସ୍ଥ, ବରଗଡ଼ରୁ ୨୩୯, ପୁରୀରୁ ୨୨୮, ସମ୍ବଲପୁରରୁ ୨୨୫, ନବରଙ୍ଗପୁରରୁ ୨୦୦, ନୂଆପଡ଼ାରୁ ୧୯୫, ଗଞ୍ଜାମରୁ ୧୬୮, ମୟୂରଭଞ୍ଜରୁ ୧୪୯, ସୋନପୁରରୁ ୧୨୦, କେନ୍ଦ୍ରାପଡ଼ାରୁ ୧୧୩, ଯାଜପୁରରୁ ୧୧୨, ନୟାଗଡ଼ରୁ ୧୦୩ ଜଣ ସୁସ୍ଥ ହୋଇଛନ୍ତି।