Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଦୃତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର ।  ଆଜି ରାଜ୍ୟରୁ  ୬୮୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ ଲକ୍ଷ ୨୩ ହଜାର ୨୫୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ାରୁ ୪୨୧ ଜଣ, ନବରଙ୍ଗପୁରରୁ ୪୧୫, ସୁନ୍ଦରଗଡ଼ରୁ ୩୭୦, ବଲାଙ୍ଗିରରୁ ୩୫୮, ଅନୁଗୁଳରୁ ୩୪୮, ବରଗଡ଼ରୁ ୩୦୮, ଯାଜପୁରରୁ ୩୦୧, କେନ୍ଦୁଝରରୁ ୩୦୦, ମୟୂରଭଞ୍ଜରୁ ୨୮୯, ନୂଆପଡ଼ାରୁ ୨୮୨, ଗଞ୍ଜାମ ଏବଂ କଳାହାଣ୍ଡିରୁ ୨୭୪ ଜଣ ଲେଖାଏଁ, ପୁରୀରୁ ୨୫୯, ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କଟକରୁ ୧୯୯, ରାୟଗଡ଼ାରୁ ୧୮୭, ସମ୍ବଲପୁରରୁ ୧୬୩, ଜଗତସିଂହପୁରରୁ ୧୧୨, ଗଜପତିରୁ ୧୦୯, ନୟାଗଡ଼ରୁ ୧୦୪, ବାଲେଶ୍ୱରରୁ ୭୯, ସୋନପୁରରୁ ୭୮, କେନ୍ଦ୍ରାପଡ଼ାରୁ ୭୭, ଭଦ୍ରକରୁ ୬୫, କୋରାପୁଟରୁ ୫୫, କନ୍ଧମାଳରୁ ୩୮, ମାଲକାନଗିରିରୁ ୩୨, ଦେବଗଡ଼ରୁ ୨୮, ବୌଦ୍ଧରୁ ୧୫, ଢେଙ୍କାନାଳରୁ ୧୧ ଏବଂ ଷ୍ଟେଟ ପୁଲରୁ ୨୧୨ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.