ଦେଶରେ କୋଭିଡ୍ ପରିଚାଳନା: ଅସନ୍ତୋଷ ସୁବ୍ରମନ୍ୟନ୍ ସ୍ବାମୀ
ନୂଆଦିଲ୍ଲୀ: ଦେଶରେ କୋଭିଡ୍ ପରିଚାଳନା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେପି ସାଂସଦ ସୁବ୍ରମନ୍ୟନ୍ ସ୍ବାମୀ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଭରସା କରିବା ବୃଥା ବୋଲି ସେ କହିଛନ୍ତି। ଦେଶର କୋଭିଡ୍ ପରିଚାଳନା ଭାର କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଦିଆଯାଉ ବୋଲି ପରାମର୍ଶ ଦେଇଛନ୍ତି ରାଜ୍ୟସଭା ସଦସ୍ୟ ଶ୍ରୀ ସ୍ବାମୀ।
ବିଭିନ୍ନ ସମୟରେ ମନର କଥା କହି ନିଜ ଦଳ ଓ ନିଜ ଦଳର ନେତାଙ୍କୁ ଅପଦସ୍ତ କରିବାରେ ଓସ୍ତାଦ ସ୍ବାମୀ ଏ ନେଇ ଟୁଇଟ୍ କରି ଏଭଳି ପରାମର୍ଶ ଦେଇଛନ୍ତି।
ଟୁଇଟ୍ କରି ସ୍ବାମୀ ଲେଖିଛନ୍ତି,
ଇସ୍ଲାମୀୟ ଆକ୍ରମଣକାରୀ ଏବଂ ଇଂରେଜ୍ ସାମ୍ରାଜ୍ୟବାଦରେ ତିଷ୍ଠିଥିବା ଭାରତ କରୋନା ଭାଇରସ୍ ମହାମାରୀ ଠାରୁ ମଧ୍ୟ ନିଜକୁ ବଞ୍ଚାଇ ପାରିବ। କଠୋର ସତର୍କତା ଅବଲମ୍ବନ ନ କଲେ ପିଲାଙ୍କୁ ଆକ୍ରାନ୍ତ କଲା ଭଳି ଆମେ ଆଉ ଏକ ପ୍ରବାହର ସମ୍ମୁଖୀନ ହେବାର ସମ୍ଭାବନା ଅଛି। ତେଣୁ, ମୋଦୀ ଏହି ଯୁଦ୍ଧ ପରିଚାଳନା ଭାର ଗଡ଼କରୀଙ୍କୁ ଦେବା ଉଚିତ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଭରସା କରିବା ବୃଥା।
India will survive Coronavirus Pandemic as it did Islamic invaders and British Imperialists. We could face one more wave that targets children unless strict precautions now are taken. Modi should therefore delegate the conduct of this war to Gadkari. Relying on PMO is useless
— Subramanian Swamy (@Swamy39) May 5, 2021
ଅବଶ୍ୟ ପରେ ସ୍ବାମୀ ପୁଣି କହିଛନ୍ତି ଯେ ସ୍ବାମୀ କହିଛନ୍ତି ଯେ, ତାଙ୍କର ସମାଲୋଚନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତି। ତାହା ଗୋଟିଏ ବିଭାଗ ମାତ୍ର, ସ୍ବୟଂ ପ୍ରଧାନମନ୍ତ୍ରୀ ନୁହନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କୁ ହଟାଇ ଦେବାକୁ ପରାମର୍ଶ ଦେଇଥିବା ବିଷୟକୁ ଅନ୍ୟ ଏକ ଟୁଇଟ୍ରେ ସ୍ପଷ୍ଟ କରି ସ୍ବାମୀ ଲେଖିଛନ୍ତି,
ନା, ନା। ହର୍ଷ ବର୍ଦ୍ଧନଙ୍କୁ ଏତେ ସ୍ବାଧୀନତା ଦେବା କଥା ନୁହେଁ। ସେ ଅତ୍ୟନ୍ତ ଭଦ୍ର ହୋଇଥିବାରୁ କର୍ତ୍ତୃତ୍ବ ଜାହିର କରିପାରୁ ନାହାନ୍ତି। ଗଡ଼କରିଙ୍କୁ ସାମିଲ କରାଗଲେ ହର୍ଷ ଆହୁରି ସୁନାମ କରିବେ।
ବିଭିନ୍ନ ରାଜ୍ୟର ସହରମାନଙ୍କରେ ଅମ୍ଲଜାନ ଅଭାବ ହେବା ଓ ଅକ୍ସିଜେନ୍ ସିଲିଣ୍ଡର୍ ଯୋଗାଡ଼ କରିବା ଲାଗି ରୋଗୀମାନଙ୍କ ଆତ୍ମୀୟମାନଙ୍କୁ ପଠାଇବା ଘଟଣାରେ ବ୍ୟଥିତ ହୋଇ ସ୍ବାମୀ ଏଭଳି ଟୁଇଟ୍ କରିଛନ୍ତି। ଏହି ସଙ୍କଟକୁ ମୁକାବିଲା କରିବାରେ ସରକାରଙ୍କ ପାରିବାରପଣିଆ ଉପରେ ତାଙ୍କର ସନ୍ଦେହ ସୃଷ୍ଟି ହୋଇଛି।