Odisha Link
Bridging the Missing Links in Odisha

କମେଡିଆନ୍‌ ସୁଗନ୍ଧାଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ

ମୁମ୍ବାଇ: ଦ କପିଲ ଶର୍ମା ଶୋ’ ଫେମ୍‌ କମେଡିଆନ୍‌ ସୁଗନ୍ଧାଙ୍କ ନାଁରେ ମାମଲା ରୁଜୁ। ବିବାହର ମାତ୍ର ୯ ଦିନ ପରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ। ୯ ଦିନ ପୂର୍ବରୁ ସୁଗନ୍ଧା ମିଶ୍ର ଏବଂ ସଙ୍କେତ ଭୋଷଲେ ବିବାହ କରିଛନ୍ତି। କିନ୍ତୁ କରୋନା ସମୟରେ କରୋନା ନିୟମ ଉଲ୍ଲଂଘନ ନେଇ ଅଭିଯୋଗ ହେବା ପରେ ପୋଲିସ ସୁଗନ୍ଧାଙ୍କ ନାଁରେ ମାମଲା ରୁଜୁ କରିଛି।

କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସଂପନ୍ନ ହୋଇଥିବା ନେଇ ସୁଗନ୍ଧା ଏବଂ ସଂକେତ କହିଛନ୍ତି। କିନ୍ତୁ ତାଙ୍କ ବିବାହ ଭୋଜିରେ ଅନୁମତିଠୁ ଅଧିକ ସଂଖ୍ୟକ ଲୋକ ଉପସ୍ଥିତ ଥିବା ନେଇ ଅଭିଯୋଗ ହୋଇଛି। ସୁଗନ୍ଧାଙ୍କ ବ୍ୟତୀତ ବିବାହ ହୋଇଥିବା ହୋଟେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ପୋଲିସ ଏଯାଏଁ କାହାକୁ ଗିରଫ କରିନାହିଁ।

ସୁଗନ୍ଧାଙ୍କ ବିବାହ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଜଳନ୍ଧରରେ ଯେଉଁ ହୋଟେଲରେ ସୁଗନ୍ଧାଙ୍କ ବିବାହ ହୋଇଥିଲା ସେଠାକର ମ୍ୟାନେଜମେଣ୍ଟ ବିରୋଧରେ ଏଫଆଇଆର ମଧ୍ୟ ରୁଜୁ ହୋଇଛି। ୨୬ ଏପ୍ରିଲ୍‌ରେ କ୍ଲବ କଓ୍ବାନା ରିଜୋର୍ଟରେ ସୁଗନ୍ଧା ନିଜର ପୁରୁଷ ବନ୍ଧୁ ସଂକେତ ଭୋଷଲେଙ୍କୁ ବିବାହ କରିଛନ୍ତି।

Leave A Reply

Your email address will not be published.