Odisha Link
Bridging the Missing Links in Odisha

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଷ୍ଟାଲିନ୍

ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିଏମକେ ସଭାପତି ଏମକେ. ଷ୍ଟାଲିନ୍। ଚେନ୍ନାଇ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଷ୍ଟାଲିନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। କୋଭିଡ୍ କଟକଣାକୁ ମାନି ଅଳ୍ପସଂଖ୍ୟକଙ୍କ ଉପସ୍ଥିତିରେ ଶୁକ୍ରବାର ଷ୍ଟାଲିନ୍ ଶପଥ ଗ୍ରହଣ କରିଛନ୍ତି।

୨୩୪ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ଡିଏମକେ ୧୨୫ ଆସନ ଜିତିଥିବା ବେଳେ ଏମଡିଏମକେ ୪ଟି, ଏମଏମକେ ୨ଟି ଏହିଭଲି ସହଯୋଗୀ ଦଳକୁ ମିଶାଇ ଡିଏମକେ ପାଖରେ ୧୩୩ଟି ଆସନ ରହିଛି। ଷ୍ଟାଲିନଙ୍କ ସହ ୩୩ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଶପଥ ଗ୍ରହଣ ସମାରୋହରେ ବରିଷ୍ଠ ନେତା ଏସ୍. ଦୁରାଇମୁରୁଗନ (ଜଳ ସମ୍ପଦ ମନ୍ତ୍ରୀ), କେ.ଏନ୍. ନେହରୁ (ସହରାଞ୍ଚଳ ମନ୍ତ୍ରୀ), ଆଇ. ପେରିସାମୀଙ୍କୁ ସମବାୟ, କେ. ପୋନମୁଡିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍. ରେଘୁପାଠିଙ୍କୁ ଆଇନ୍ ମନ୍ତ୍ରୀ କରାଯାଇଛି। ଏହି ଶପଥ ଗ୍ରହଣ ସମାରୋହରେ ଡିଏମକେର ସହଯୋଗୀ ଦଳର ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ ଉପସ୍ଥିତ ଥିଲେ।

Leave A Reply

Your email address will not be published.