Odisha Link
Bridging the Missing Links in Odisha

କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ଗଞ୍ଜାମ: କରୋନାରେ ଅନେକ ଆଗଧାଡିର ଯୋଦ୍ଧା ପ୍ରାଣ ହରାଇଥିବା ବେଳେ, ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ଆଜି ଆଉ ଜଣେ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହୋଇଛି। ତାଙ୍କ ନାଁ ହେଉଛି ପ୍ରଦୀପ ସାହୁ। ମାତ୍ର ୪୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି।

ପ୍ରଦୀପ ସାହୁ ସମ୍ବାଦ ଖବରକାଗଜରେ କାର୍ଯ୍ୟରତ ଥିଲେ। ସେ ସମ୍ବାଦର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଥିଲେ। ଖାଲି ଗଞ୍ଜାମ ନୁହେଁ ବରଂ ଖୋର୍ଦ୍ଧା, ବାରିପଦା, ପୁରୀ ଆଦି ଜିଲ୍ଲାରେ ମଧ୍ୟ ସାମ୍ବାଦିକ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କୁ ମିଶାଇ ଓଡିଶାରୁ ଏଯାବତ୍ ମୋଟ ୧୭ ଜଣ ସାମ୍ବାଦିକ ମହାମାରୀ କରୋନାରେ ପ୍ରାଣ ହରାଇଲେଣି।

Leave A Reply

Your email address will not be published.