Odisha Link
Bridging the Missing Links in Odisha

ଖଣିରେ ବିସ୍ଫୋରଣ, ଚାଲିଗଲା ୧୦ ଜୀବନ

ବିଶାଖାପାଟଣା: ରାଜ୍ୟରେ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାରି ଭିତରେ ଆସିଛି ଏକ ବଡ଼ ଦୁଃଖଦ ଖବର। ତାହା ହେଲା ଖଣିରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି।  ଆନ୍ଧ୍ରପ୍ରଦେଶ କଡ଼ାପା ଜିଲ୍ଲା କାଲାସାପାଡୁର ମାମିଲାପାଲ୍ଲେ ଗ୍ରାମରେ ଏହି ଅଘଟଣ ଘଟିଛି।

 ମମିଲାପାଲେ ଖଣିରେ ଜିଲୋଟିନ ଷ୍ଟକ ଅନଲୋଡ ବେଳେ ଏହି ବିସ୍ଫୋରଣ ଘଟିଛି।  ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏଥିରେ ଆଉ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।

 ଏନେଇ ଖବର ପାଇ ପ୍ରଶାସନ ପକ୍ଷରୁ ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଏଥିରେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଇଛି।

Leave A Reply

Your email address will not be published.