Odisha Link
Bridging the Missing Links in Odisha

ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ୨ ଜଣଙ୍କ ଜୀବନ

ରାଇରଙ୍ଗପୁର: ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ଚାଲିଗଲା ୨ ଜଣଙ୍କ ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡର ବିଶୋଇ ରେଞ୍ଜର ଟୁଙ୍ଗୁରୁ ଜଙ୍ଗଲରେ।

ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର ବନଖଣ୍ଡ ବିଶୋଇ ଥାନା ଦୁଧକୁଣ୍ଡି ଗ୍ରାମର ଦୁଇଜଣ ମହିଳା ଓ ଜଣେ ନାବାଳିକା ଗୋଟିଏ ପରିବାରର ୩ ଜଣ ଗାଁ ପାଖ ଜଙ୍ଗଲକୁ ଜାଣେଣି କାଠ, ଶାଗ ପ୍ରଭୃତି ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ସେମାନେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା ।

ମୃତକ ଦ୍ୱୟ ହେଲେ ମେଘନା ବିନ୍ଧାଣି ଓ କାନ୍ଦିରି ମୁର୍ମୁ ।ତେବେ ଧାନୀ ବିନ୍ଧାଣି ନାମକ ମହିଳା ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରୁତର ଧାନୀଙ୍କୁ ଉଦ୍ଧାର କରି ବାରିପଦା ପିଆରଏମରେ ଭର୍ତ୍ତି କରାଯାଇଛି ।ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.