Odisha Link
Bridging the Missing Links in Odisha

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ପୁଣି ଗୋଟିଏ ଦୁଃଖଦ ଖବର। ବିଶିଷ୍ଠ ସ୍ଥପତି ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ପରଲୋକ ହୋଇଛି। ସେ କୋଭିଡ୍‌ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଥିଲେ।

କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ରଘୁନାଥ। ତାଙ୍କର ସ୍ବାସ୍ଥ୍ୟବାସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସ୍ବାସ୍ଥ୍ୟ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଆଜି ଶ୍ରୀ ମହାପାତ୍ର କରୋନା ଲଢ଼େଇରେ ପରାଜିତ ହୋଇ ଚିରଦିନ ପାଇଁ ଆମ ଗହଣରୁ ବିଦାୟ ନେଇଛନ୍ତି।

୧୯୪୩ ମାର୍ଚ୍ଚ ୨୪ରେ ପୁରୀ ଜିଲ୍ଲା ଶାସନ ପଡ଼ିଆରେ ଜନ୍ମିତ ଶ୍ରୀ ମହାପାତ୍ର ଦେଶର ଜଣେ ଜଣାଶୁଣା ପ୍ରସ୍ଥର ସ୍ଥପତି। ୧୯୬୪ରେ ସେ ଏଥିପାଇଁ ଜାତୀୟ ପୁରସ୍କାର ପାଇଥିଲେ। ୧୯୭୫ ମସିହାରେ ସେ ପଦ୍ମଶ୍ରୀ ପାଇଥିବା ବେଳେ ୨୦୦୧ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରିଥିଲେ। ୨୦୧୩ ମସିହାରେ ସେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ଭୂଷିତ ହୋଇଥିଲେ।

ବିଜେଡି ସମର୍ଥନରେ ରାଜ୍ୟସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିବା ଶ୍ରୀ ମହାପାତ୍ରଙ୍କୁ ରାଷ୍ଟ୍ରପତି ମନୋନୀତ କରି ରାଜ୍ୟସଭାକୁ ପଠାଇଥିଲେ। ମାତ୍ର ୮ମ ଯାଏଁ ପାଠ ପଢ଼ିଥିବା ସ୍ବର୍ଗତ ମହାପାତ୍ର ନିଜର ସ୍ଥାପତ୍ୟ କଳା ଓ ମନ୍ଦିର ନିର୍ମାଣ କୌଶଳ ପାଇଁ ଦେଶ ଓ ଦେଶ ବାହାରେ ଖ୍ୟାତ। ଓଡ଼ିଶାରେ ଆଉ ଏକ ସୂର୍ଯ୍ୟ ମନ୍ଦିର ତୋଳିବା ପାଇଁ ସେ ସ୍ବପ୍ନ ଦେଖିଥିଲେ ଓ ଏଥିପାଇଁ ଜାଗା ମଧ୍ୟ କିଣି ସାରିଥିଲେ। ତେବେ ତାଙ୍କ ମୃତ୍ୟୁରେ ତାଙ୍କର ଏହି ଦ୍ବିତୀୟ କୋଣାର୍କ ସ୍ବପ୍ନ ଅଧୁରା ରହିଯାଇଛି।

ତାଙ୍କ ମୃତ୍ୟୁରେ ଦେଶର ଶିଳ୍ପକଳା ଜଗତରେ ଏକ ଅପୂରଣୀୟ କ୍ଷତ ସୃଷ୍ଟି ହୋଇଛି। ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ତାଙ୍କ ତିରୋଧାନରେ ଶୋକପ୍ରକାଶ କରିଛନ୍ତି।

Leave A Reply

Your email address will not be published.