Odisha Link
Bridging the Missing Links in Odisha

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫୬୪ କରୋନା ଆକ୍ରାନ୍ତ। ରାଜ୍ୟରେ ମୋଟ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୪ ଲକ୍ଷ ୬୫ ହଜାର ୧୩୩ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୯୧ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୩୨, ପୁରୀରୁ ୫୨୯, କଟକରୁ ୪୭୦, ସମ୍ବଲପୁରରୁ ୪୪୦, ଝାରସୁଗୁଡାରୁ ୪୦୩, ବରଗଡରୁ ୩୮୨, ନବରଙ୍ଗପୁରରୁ ୩୫୬, ବଲାଙ୍ଗିରରୁ ୨୮୯, ଗଞ୍ଜାମରୁ ୨୬୧, ନୂଆପଡାରୁ ୨୫୯, କଳାହାଣ୍ଡିରୁ ୧୭୩, ନୟାଗଡରୁ ୧୫୬, ଢେଙ୍କାନାଳରୁ ୧୪୬, ଭଦ୍ରକରୁ ୧୪୨ ସୁସ୍ଥ ହୋଇଛନ୍ତି।

ମୟୂରଭଞ୍ଜରୁ ୧୩୪, ଗଜପତିରୁ ୧୨୮, ଯାଜପୁରରୁ ୧୨୭, ସୋନପୁରରୁ ୧୨୧, ଅନୁଗୁଳରୁ ୧୦୮, ଜଗତସିଂହପୁରରୁ ୧୦୫, ବାଲେଶ୍ୱରରୁ ୧୦୦, କୋରାପୁଟରୁ ୯୮, କେନ୍ଦ୍ରାପଡାରୁ ୮୭, ଦେଓଗଡରୁ ୭୧, କନ୍ଧମାଳରୁ ୬୪, କେନ୍ଦୁଝରରୁ ୫୮, ମାଲକାନଗିରିରୁ ୫୫, ବୌଦ୍ଧରୁ ୨୬, ରାୟଗଡାରୁ ୧୭, ଷ୍ଟେଟପୁଲରୁ ୨୩୬ ଜଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.